ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଗଛ ପଡି ଅବରୋଧ

୬ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ

ଲାଞ୍ଜିଗଡ: ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ଛତ୍ରପୁର ଛକ ନିକଟରେ ଏକ ଜାମୁକୁଳି ଗଛ ରାସ୍ତା ଉପରେ ପଡି ରହିଥିବା ବେଳେ ୬ ଘଣ୍ଟା ଧରି ରାସ୍ତାରେ ଯାତାୟତ ଠପ୍ ହୋଇଥିଲା। ଦୁଇଦିନ ହେଲା ରାସ୍ତାର ପାର୍ଶ୍ଵରେ ଥିବା ଲଟା ବୁଦାରେ ନିଆଲାଗି ଗତ କାଲି ଜାମୁକୁଳି ଗଛରେ ନିଆଁ ଲାଗି ରହିଥିବା ଫଳରେ ରାତ୍ର ୧୨ ଘଣ୍ଟା ସମୟରେ ଗଛର ଅଧା ଭାଗ ରାସ୍ତା ଉପରେ ପଡି ରହିଥିବା ବେଳେ ସ୍କୁଲ ବସ ସହିତ ଭାରିଯାନ ଗୁଡିକ ଅଟକି ରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ପାଇ ଲାଞ୍ଜିଗଡ ସରକାରୀ ଅଗ୍ନିଶମ ବିଭାଗ ଫାୟାର ଅଫିସର ମନୋରଞ୍ଜନ ପାଢ଼ୀ, ହାବିଲଦାର ଡମ୍ବରୁଧର ପ୍ରଧାନ ସହିତ ଦମକଳ ବାହିନୀ ଭୋର ସକାଳ ୫ ଟାରେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଗଛ କାଟିବା ସହିତ ଗଛରେ ଲାଗିଥିବା ନିଆଁକୁ ଲିଭାଇ ଥିଲେ।

Udyog Nursery
Udyogi Nursery

୬ ଘଣ୍ଟା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଗଛର ଅଧା ଭାଗ ଦରପୋଡା ଭାବେ ରାସ୍ତା କଡରେ ରହିଥିବା ବେଳେ କୌଣସି ମୁହୂର୍ତ୍ତରେ ଲୋକଙ୍କ ଉପରେପଡିପାରେ ତେଣୁ ଏହି ବିପଦ ସଂଙ୍କୁଳ ଗଛଟିକୁ ରାସ୍ତା କଡରୁ କାଟିଦେବା ପାଇଁ ଅଞ୍ଚଳବାସୀ ପ୍ରଶାସନଙ୍କୁ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.