ମହାଶିବରାତ୍ରି: ଐତିହାସିକ ଶୈବପୀଠ ବେଲଖଣ୍ଡିରେ ବସିନାହିଁ ମେଳା

କୋଭିଡ କଟକଣା ହେତୁ ହେଉନାହିଁ ମେଳା, ନୀତିକାନ୍ତିରେ ହେବ ପୂଜା

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିବନି ମେଳା, କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ। କେବଳ ପାରମ୍ପାରିକ ରୀତିରେ ନୀତିକାନ୍ତ ମଧ୍ୟରେ ମହାପ୍ରଭୁ ଧବଳେଶ୍ୱର ଙ୍କର ମହାଶିବରାତ୍ରୀ ପୂଜା ହେବ ବୋଲି ଜଣାଯାଇଛି ।

Omkar Vasthu
Omkar Vasthu

ଅଷ୍ଟମ-ନବମ ଶତାଦ୍ଦୀର ଏଇ ଶୈବପୀଠ ଠାରେ କାହିଁ ଅନାଦି କାଳରୁ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଆସୁଥିଲା। ପ୍ରାୟ ଏକ ସପ୍ତାହ ଧରି ଏଠାରେ ମେଳା ଜମୁଥିଲା। ବିଭିନ୍ନ ମନୋହରୀ ଦୋକାନ ସମେତ ମୀନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଳଚଂଚଳ ହୋଇପଡୁଥିଲା ଧବଳେଶ୍ୱର ପୀଠ। ଅପେରା, ସଂକୀର୍ତନରେ କମୁଥିଲା ଅଂଚଳ। କେବଳ କଳାହାଣ୍ଡି ନୁହଁ ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ବରଗଡ ସମେତ ଛତିଶଗଡ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଥିଲେ ମେଳା ଦେଖିବା ପାଇଁ। ଶିବରାତ୍ରୀ ଦିନ ଭୋର ସମୟରୁ ସନ୍ଧ୍ୟା ଯାଏ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲମ୍ବାଧାଡି ଲାଗି ରହୁଥିଲା। ଏଇଯାତ୍ରାରୁ ସ୍ଥାନୀୟ ଅଂଚଳର ଲୋକେ ବାହାଘର ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ କିଣାବିକା କରୁଥିଲେ। ଏଥର କିନ୍ତୁ ଖାଁ ଖାଁ ଲାଗୁଛି ପରିବେଶ। ଏପରି ସ୍ଥିତି କେବେ ଦେଖି ନ ଥିଲୁ ବୋଲି କହୁଛନ୍ତି ବୟସ୍କ ବ୍ୟକ୍ତି ମାନେ। ତେବେ କଟକଣା କୁ ସମ୍ମାନ ଜଣାଇ କେବଳ ପୂଜାବିଧି ନୀତିନିୟମ ଅନୁଯାଇ ହେବ ବୋଲି ସୂଚନା ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ଏ ନେଇ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ଦିର ଯାତ୍ରା ପରିଚାଳନା କମିଟି ସଭାପତି ବେଲଦାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ତହସିଲଦାର ଗଣ୍ଡାରାମ ଖମାରୀ, କେସଙ୍ଗା ଥାନାଧିକାରୀଙ୍କ ସମେତ କମିଟି ସଂପାଦକ ସୁଶାନ୍ତ ବାଗ, ସଦସ୍ୟ ଆର୍ତତ୍ରାଣ ସିଂ, ଅକ୍ଷୟ କୁମାର ଭୋଇ, ଚକାମନ ନାଏକ, ଦିଲ୍ଲୀପ କୁମାର ବୋରା, ସରପଂଚ ଝସନେତ୍ରି ଭୋଇ ଉପସ୍ଥିତ ଥିଲେ । ଜାଗର ଦିନ ଭକ୍ତମାନେ ସାମାଜିକ ଦୂରତା, ମାକ୍ସ ବ୍ୟବହାର ଓ ସାନିଟାଇଜର ବ୍ୟବହାର କରିବେ ବୋଲି ନିଷ୍ପତି ନିଆଯାଇଥିଲା। ତେବେ ପାରମ୍ପରିକ ରୀତିରେ ସିଦ୍ଦେଶ୍ୱରୀ(ଚଣ୍ଡୀ)ଙ୍କ ଠାରେ ବଳି ଦିଆଯିବ ବୋଲି ସ୍ଥିର ହୋଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.