ନାଇଟ କର୍ଫ୍ୟୁର ସମୟ ବଦଳିଲା, ସପ୍ତାହନ୍ତ ୨ ଦିନ ସହରାଞ୍ଚଳ ସମ୍ପୂର୍ଣ ସଟଡାଉନ

ଖରିଆର ମାର୍କେଟ ବନ୍ଦ, ଖରିଆର ରୋଡ ସମ୍ପୂର୍ଣ ବନ୍ଦ, ସିନାପାଲି କଣ୍ଟେଟମେଣ୍ଟ ଜୋନ

ନୂଆପଡା: ରାଜ୍ୟ ସରକାର କରୋନାର ଦ୍ଵିତୀୟ ଲହରକୁ ରୋକିବାକୁ କୋଭିଡ ନିୟମକୁ କଡା କଡ଼ି କରିଛନ୍ତି। ତେବେ ଛତିଶଗଡ଼ ସୀମାନ୍ତ ୧୦ଟି ଜିଲ୍ଲାରେ କୋଭିଡ ନିୟମ କିଛି ପତିବର୍ତନ ହୋଇଛି। ତେବେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ନୂଆପଡା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି। ପୂର୍ବରୁ ନାଇଟ କର୍ଫ୍ୟୁ ସମୟ ରାତି ୧୦ଟାରୁ ଆରମ୍ବ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିବା ବେଳେ ଶୁକ୍ରବାର ଠାରୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ଟାରୁ ଆରମ୍ବ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ ନୂଆପଡା ଜିଲ୍ଲାର ସହରାଞ୍ଚଳରେ ସପ୍ତାହର ପ୍ରତେକ ଶନିବାର ଓ ରବିବାର ସମ୍ପୂର୍ଣ ଭାବେ ସଟଡାଉନ ରହିବ।

ଜିଲ୍ଲାପାଳ ସ୍ଵଧା ଦେବ ସିଂ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ଜୈନ ଏ ନେଇ ଏକ ଭିଡିଓ ଜାରି କରି ଜିଲ୍ଲାବାସୀଙ୍କୁ ସଚେତନ କରିବା ସହିତ ନିବେଦନ କରିଛନ୍ତି ଯେ, କୋଭିଡ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ। ଯଦି କୌଣସି ବ୍ୟକ୍ତି ଏହାର ଉଲଂଘନ କରନ୍ତି ତେବେ ଆଇନ ଅନୁଯାଇ ଦଣ୍ଡିତ ହେବେ ବୋଲି ସୂଚନା ଦେଇଛନ୍ତି। ପ୍ରକାଶ ଯେ ଆସନ୍ତା ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଖରିଆର ରୋଡ ସହର ସମ୍ପୂର୍ଣ ଭାବେ ବନ୍ଦ ରହିବ। ଖରିଆର ମାର୍କେଟ ଏସୋସିଏସନ ମଧ୍ୟ ଅପ୍ରେଲ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବେ। ଜିଲ୍ଲା ପ୍ରଶାସନ ସିନାପାଲିକୁ କଣ୍ଟେଟମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.