ମାସ ମାସ ଧରି ପାନୀୟ ଜଳ ଯୋଗାଣ ବନ୍ଦ, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼: ଗ୍ରୀଷ୍ମର ତାତି ବଢିବା ସାଙ୍ଗକୁ ଲାଞ୍ଜିଗଡ଼ରେ ଜଳକଷ୍ଟ ଦେଖାଦେଇଛି। ବ୍ଲକର ଅନେକ ଗାଁରେ ନଳକୂପ ନଥିବାରୁ କିମ୍ବା ଅଚଳ ହୋଇଯାଇଥିବାରୁ ନାଳ/ଝରଣାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏଥିପ୍ରତି ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନ ଉଦାସୀନ ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହା ବାଦ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ବାରା ପାନିୟ ଜଳ ଯୋଗାଣ ବ୍ୟବସ୍ଥା ଅକାମୀ ହୋଇପଡିଛି। ଏସବୁ ମାସ ମାସ ଧରି ବନ୍ଦ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌରଶକ୍ତିର ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ଲାଞ୍ଜିଗଡ଼ ପଞ୍ଚାୟତର କଲୋନୀ ପଡାଠାରେ ଆଜକୁ ୨ମାସ ହେଲା ଜଳଯୋଗାଣ ବନ୍ଦ ରହିଛି। ଫଳରେ ପୂର୍ବରୁ ବ୍ୟବହାର କରୁଥିବା ନଳକୂପ ମଧ୍ୟ ଅଚଳ ହୋଇ ପଡ଼ିରହିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପଡା ଲୋକେ କହିଛନ୍ତି। ଅନ୍ୟପକ୍ଷରେ ୪ ବର୍ଷ ହେଲା ବ୍ଲକର ବିଭିନ୍ନ ସ୍ଥାନରେ ୭୦ରୁ ଉର୍ଦ୍ଧ୍ବ ଶୌରଶକ୍ତି ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ହୋଇଛି। କିନ୍ତୁ ୨୦ ରୁ ଉର୍ଦ୍ଧ୍ବ ଅଚଳ ଅବସ୍ଥାରେ ପଡି ରହିଛି। ତେଣୁ ଏହି ଯୋଜନାର କାର୍ଯ୍ୟକାରୀତା ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅଚଳ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.