କେନ୍ଦୁଘାଟିରେ ଓଲଟିଲା ମାଲ ବୋଝେଇ ଟ୍ରକ : ଚାଳକ ଗୁରୁତର

କଳାହାଣ୍ଡି,୭/୨:କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୫୯ କେନ୍ଦୁଘାଟିଠାରେ ଆଜି ଅପରାହ୍ଣରେ ଏକ ଲୁହା କାରଖାନା ସାମଗ୍ରୀ ବୋଝେଇ ଟ୍ରକ (ସିଜି୧୩ଡ଼ି୯୫୫୭) ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଗାଡ଼ି ଚାଳକ ବାଲା ସିଂ (୩୭) ଗୁରୁତର ହେଇପଡ଼ିଥିବା ଜଣାଯାଇଛି । ତେବେ ଏହି ମାଲ ବୋଝେଇ ଟ୍ରକଟି ବିଶାଖାପାଟଣାରୁ ରାୟଗଡ଼ (ଛତିଶଗଡ଼) ଅଭିମୁଖେ ଲୁହା କାରଖାନା ବୋଝେଇ ସାମଗ୍ରୀ ଧରି ଆସୁଥିଲା । କେନ୍ଦୁଘାଟି ତଳକୁ ଓହ୍ଲଉଥିବା ସମୟରେ ବୁଲାଣିରେ ରାସ୍ତା ମଝିରେ ସଂପୁର୍ଣ୍ଣ ଭାବରେ ଓଲଟି ପଡ଼ିଥିଲା । ଗାଡ଼ି ଚାଳକ ଜଣକ ଗାଡ଼ି ଭିତରେ ଫସି ରହିଥିଲେ ଏବଂ ପରେ ତାଙ୍କୁ ଅନ୍ୟମାନଙ୍କ ସହାୟତାରେ ଗାଡ଼ି ଭିତରୁ ବାହାର କରାଯାଇ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଓ ମ.ରାମପୁର ଥାନାଧିକାରୀ ରେଣୁକା ସୁନା ସଦଳବଳେ ଘଟଣାସ୍ଥଳରେ ପହଂଚିଥିଲେ । ଗାଡ଼ି ଚାଳକର ଡ଼ାହାଣଗୋଡ଼ ଓ ଡ଼ାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ତେବେ ସଂପୂର୍ଣ୍ଣ ଭାବରେ ଓଲଟି ପଡ଼ିଥିବା ଟ୍ରକ ଭିତରୁ ଅଳ୍ପକେ ଚାଳକଙ୍କ ଜୀବନ ରକ୍ଷା ହେଇଯାଇଥିବା ଦେଖାଯାଇଥିଲା ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.