କାଶିପୁର ବ୍ଳକରେ ମମତା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ରାୟଗଡ/କାଶିପୁର: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ସ୍ୱଳ୍ପ ସମୟର ବୈଠକରେ ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡିଆ, ମମତା ଯୋଜନାର ଜିଲ୍ଳା କାର୍ଯ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର କୁମାର ମହାପାତ୍ର ଏବଂ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୈାଦାମିନୀ ପାତ୍ର ଯୋଗ ଦେଇଥିଲେ । କାଶିପୁର ଆଇସିଡିଏସ ଅଧିନରେ ଥିବା ସମସ୍ତ ସେକ୍ଟରର ମମତା ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପ ଅଂଚଳକୁ ଫେରିଥିବା ପ୍ରବାସୀ ଗର୍ଭବତୀ ମହିଳାଙ୍କ ପଂଜୀକରଣକୁ ତ୍ୱରାନ୍ନିତ କରିବା ଏବଂ ଆବଶ୍ୟକ ସ୍ଥଳେ ମମତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସୁଶ୍ରୀ ଝୋଡିଆ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପର କୁଚେଇପଦର, ଶଙ୍କରଡା, ସୁଙ୍ଗେର ଆଦି ସେକ୍ଟର ସମୂହର ଅଗ୍ର୍‌ତି ନିମ୍ନସ୍ତରେ ଥିବା ଏବଂ ଆଗାମୀ ସାତ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭାବରେ ମମତା ହିତାଧିକାରୀଙ୍କ ସମସ୍ତ ତଥ୍ୟ ସଂପୂର୍ଣ୍ଣ କରିବା ପାଇଁ ଶ୍ରୀ ମହାପାତ୍ର କହିଥିଲେ । କରୋନା ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଡା କରୁଥିବା ଶିଶୁମାନଙ୍କ ସଠିକ୍ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ପାତ୍ର ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ।

Omkar Vasthu
Omkar Vasthu


ବିଗତ ଦିନରେ ବଢି ଚାଲିଥିବା ବାଲ୍ୟ ବିବାହକୁ ରୋକିବା ଦିଗରେ ପୋଲିସ, ୧୦୯୮-ଚାଇଲ୍ଡ ଲାଇନ ଓ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତା ନେବା ତଥା ତୃଣମୂଳ ସ୍ତରରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଅଙ୍ଗନବାଡି କେନ୍ଦ୍ର ତରଫରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ସାମଗ୍ରୀ, ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ସ୍ୱଂୟ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ମାସ୍କ ପ୍ରସ୍ତୁତି, ଖାଦ୍ୟ ବଂଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଅଧିନରେ ଖାଲିଥିବା ବିିଭିନ୍ନ ପଦବୀ ପୂରଣ ସଂପର୍କୀତ ଅନେକ ତଥ୍ୟକୁ ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । ପ୍ରକଳ୍ପର ସମସ୍ତ କାର୍ଯ୍ୟରତ ସେକ୍ଟର ସୁପରଭାଇଜରମାନେ ଏହି ବୈଠକରେ ଉପସ୍ଥିତ ରହିଥିବା ବେଳେ ମମତା ଯୋଜନାର ପ୍ରକଳ୍ପ ସହାୟକ ବିଭୁଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.