ପ୍ରତିଶ୍ରୁତି ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କବିତା ଆସର

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଖୋର୍ଦ୍ଧା ଜଟଣୀର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ପ୍ରତିଶ୍ରୁତି ପରିବାର ତରଫରୁ ଗୁଗୁଲ ମିଟ ମାଧ୍ୟମରେ ‘ବର୍ଷା/ମୌସୁମୀ’ ଶୀର୍ଷକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ସଭାପତି ବିଜୟ ପାତ୍ର, ପ୍ରତିଷ୍ଠାତା ତଥା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ, ସମ୍ପାଦିକା ସସ୍ମିତା ମହାପାତ୍ର, ବିଶିଷ୍ଟ କବି ତଥା ଉଦଘୋଷକ ଦୟାନିଧି ତ୍ରିପାଠୀ, ଶୈଳେନ୍ଦ୍ରୀଧିରାଜ ଶତପଥୀ, ସମସ୍ତ ଉପଦେଷ୍ଟା, ସମ୍ପାଦିକା ଓ ପରିଚାଳନାର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦଧ୍ୱନି ଓ ସୁଲଳିତ କଣ୍ଠରେ ଭଜନ ପରିବେଷଣ କରି ଆସରକୁ ରସାନ୍ୱିତ କରିଥିବା କବି, ଉପସ୍ଥାପିକା ତଥା ଗାୟିକା ବନ୍ଦନା ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରାଯାଇଅଛି। ଠିକ ସେହିପରି ଏହି କାର୍ଯ୍ୟକ୍ରମରେ ସମୀକ୍ଷା ପର୍ବରେ ଆସରରେ ପୂର୍ଣ୍ଣତା ଆଣିଥିବାରୁ ବରିଷ୍ଠ କବି ତଥା ସମୀକ୍ଷକ ଚନ୍ଦ୍ରବିଜୟ ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସାଧୁବାଦ ପ୍ରଦାନ କରାଯାଇଅଛି। ଏହି ଆୟୋଜିତ ‘ବର୍ଷା’ ଆସରରେ ଅମୀୟ ରଞ୍ଜନ ମହାପାତ୍ର, ବନଜା ପ୍ରଧାନ, ବନ୍ଦନା ମିଶ୍ର, ପ୍ରଣତି ଆଚାର୍ଯ୍ୟ, ଶକୁନ୍ତଳା ମହାପାତ୍ର, ସାହିତ୍ୟିକ ତ୍ରିନାଥ ପଟ୍ଟନାୟକ, ସ୍ନିଗ୍ଧା ସାମନ୍ତରାୟ, ଗୋପାଳ କୃଷ୍ଣ ଦାସ, ଗାୟତ୍ରୀ ବେହୁରା, ଲକ୍ଷ୍ମୀପ୍ରିୟା ଓଝା, ମମତା ପ୍ରିୟଦର୍ଶିନୀ, କୃଷ୍ଣ ମହାରଣା, ଅମୀୟ ରଞ୍ଜନ ମହାପାତ୍ର, ମଞ୍ଜୁଲତା ସାହୁ, ମୀନକେତନ ଦାସ, ପଦ୍ମାଳୟା ମିଶ୍ର, ମିନାକ୍ଷୀ ଦ୍ବିବେଦୀ, ମମତା ପ୍ରିୟଦର୍ଶିନୀ ସାହୁ, ଶ୍ୟାମା କିଙ୍କର ମହାନ୍ତି, ମିନତୀ ପଟ୍ଟନାୟକ, ସୁବ୍ରତ ଜେନା, ବିଭୁ ପ୍ରସାଦ ସାହୁ, ଲାବଣ୍ୟ ନାୟକ, ଅନିତା ପାଣି, ଆଶିଷ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ଡ଼. ଅମୀୟ ରଞ୍ଜନ ମହାପାତ୍ର ପ୍ରମୁଖ ସାରସ୍ୱତ ସାଧକ ଏବଂ ସାଧିକା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସଂଚାଳନ ଏବଂ ପରିଚାଳନା କରିଥିବା ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ସମସ୍ତ ଅତିଥି, କବି ଓ କବୟତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.