ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଦେଶାତ୍ମବୋଧକ କବିତା ଆସର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଭର୍ଚୁଆଲ ସ୍ଵାଧୀନତା ଦିବସ ପାଳନ ଅବସରରେ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି।‌ ଏଥିରେ ଯୁବ କଣ୍ଠଶିଳ୍ପୀ ବିକ୍ରମ କୁମାର ଚର୍ଚ୍ଚୀ ପ୍ରାରମ୍ଭିକ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଦେଶକୁ ଭଲପାଇବା, ମାଟି ମାଆ, ମାତୃଭୂମି ତଥା ଆମ ଦେଶର ମାତୃଜାତିକୁ ଭଲପାଇ ସେମାନଙ୍କ ସୁରକ୍ଷା କରିବା ସହ ସତ୍ୟ ଧର୍ମ ପଥରେ ଯାଇ ନିସ୍ଵାର୍ଥପର ଭାବରେ ଭଲକାମ କଲେ ଯାଇ ସ୍ଵାଧୀନତାର ପ୍ରକୃତ ମୂଲ୍ୟ ରହିବ ବୋଲି ମୁଖ୍ୟ ଅତିଥି ମନୋରମା ମହାନ୍ତି ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ। ପରେ ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାରସ୍ୱତ ବାଗ୍ମୀ ସ୍ରଷ୍ଟା ମାନଙ୍କ ଦ୍ଵାରା ଦେଶବନ୍ଦନା ଗାନ କରାଯାଇଥିଲା।

Omkar Vasthu
Omkar Vasthu


ସଞ୍ଜୟ କୁମାର ସାହୁଙ୍କ ସୁପରିଚାଳନାରେ ଓ ରୀତା ଅପରାଜିତା ମହାନ୍ତିଙ୍କର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆସରରେ ଉମାକାନ୍ତ ଦାସ, ଅରୁଣ କୁମାର ମହାପାତ୍ର, ପ୍ରିୟମ୍ବଦା ସାମଲ, ଅନୂସୂୟା ମଲ୍ଲିକ, ଜୁମରନାଥ ପାତ୍ର, ରତିନାରାୟଣ ରାଉତ, ସମର ବଲ୍ଲଭ ଭୋଇ, ସ୍ନିଗ୍ଧା ସାମନ୍ତରାୟ, ସ୍ନେହା ମିଶ୍ର, ନିଧି ସାହୁ, ବିଜୟ କୁମାର ସରାଫ, ଅନିରୁଦ୍ଧ କୁଣ୍ଡ, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ଶୁଭ୍ରାଂଶୁ ଶେଖର ମାହୁନ୍ତ, ରୀତା ଅପରାଜିତା ମହାନ୍ତି, ଦେବାଶିଷ ରାଉତ, ଇଂ ଭରତ ଚରଣ ବେହେରା, ନିର୍ମଳ ନାୟକ, ପ୍ରଶାନ୍ତ କୁମାର ନାଥ, ବୈଜୟନ୍ତୀ ସାହୁ, ମମତା ବାରିକ, ବୈଜୟନ୍ତୀ ମାଳା ରାଉତ, ସରୋଜିନୀ ପତି, ବୈଜୟନ୍ତୀ ମାଳା ମହାପାତ୍ର,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଫକିରୁଦ୍ଧିନଖାଁ,  ପ୍ରତ୍ୟୁଷ କୁମାର ଦାସ, ଜାନକୀ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ମେହେର, ଚିତ୍ରାରାଣୀ ପାତ୍ର, ଅମର ନାଥ ବାରିକ, ନିରଞ୍ଜନ କରଣ, ସହ୍ନିତା ଦାସ, ରାଜେନ୍ଦ୍ର ନାଏକ, ଅଶୋକ କୁମାର ଦାସ, ରଞ୍ଜନ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଦେବେନ୍ଦ୍ର କୁମାର ନାଏକ, ସଞ୍ଜୟ କୁମାର ସାହୁ, ରାଜେଶ୍ଵରୀ ପଣ୍ଡା, ପ୍ରଣତି ମହାପାତ୍ର, ରତ୍ନାକର ସିଂହ, ଶର୍ମିଷ୍ଠା ପଲାଇ, ମୃତ୍ୟୁଞ୍ଜୟ ଡାକୁଆ, ଜନରଞ୍ଜନ ପ୍ରଧାନ ପ୍ରଭୃତି ୫୬ରୁ ଉର୍ଦ୍ଧ୍ବ ସ୍ରଷ୍ଟା କବିତା ପାଠ କରିଥିଲେ। ଶେଷରେ ରତିନାରାୟଣ ରାଉତ ଶାନ୍ତିପାଠ କରିଥିବାବେଳେ ସ୍ନିଗ୍ଧା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.