ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା): ଅଲ ଓଡିଶା ଅଙ୍ଗନୱଡି ଲେଡିଜ ୱାର୍କସ ଆସୋସିଏସନ କର୍ଲାମୁଣ୍ଡା ଶାଖା ପକ୍ଷରୁ ସୋମବାର ସଂଘ ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ ଅଙ୍ଗନୱଡି କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ଅଙ୍ଗନୱଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ସହିତ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଉ। ଅଙ୍ଗନୱଡି କର୍ମୀ/ମିନି ଅଙ୍ଗନୱଡି କର୍ମୀ ଓ ସହାୟିକା ମାନଙ୍କୁ ଇପିଏଫ ଓ ଇସିଆସି, ପେନସନର ବ୍ୟବସ୍ଥା କରିବା, ମିନିଅଙ୍ଗନୱଡିଙ୍କୁ ଅଙ୍ଗନୱଡି କର୍ମୀର ମାନ୍ୟତା ପ୍ରଦାନ। ଅଙ୍ଗନୱଡି କେନ୍ଦ୍ର ଗୁଡିକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଆଦି ପ୍ରମୁଖ ଦାବି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.