କୋରାପୁଟ/ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ): ଅଲ ଇଣ୍ଡିଆ ସିଡ୍ୟୁଲ କାଷ୍ଟ ଫେଡେରେସନ୍ ଏବଂ ଅଲ ଇଣ୍ଡିଆ ମୂଳ ନିବାସୀ ଏକତା ପରିଷଦ ମାଲକାନଗିରି ଜିଲ୍ଲା ୟୁନିଟ୍ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ପୌର ପରିଷଦର ବଣ୍ଡାବାକୁଲିଗୁଡା ଠାରେ ଆୟୋଜିତ ଉକ୍ତ ବୈଠକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ସଭାପତି ସର୍ବ କୁମାର ବିଶୋଇ ଅଧ୍ୟକ୍ଷତା କରିଥିଲେ। ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ସଭାପତି ଘନଶ୍ୟାମ ମାଡକାମୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଉପ ଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଆଇନଜୀବୀ ଉମା ଶଙ୍କର ନାୟକ, ବରିଷ୍ଠ ବୁଦ୍ଧିଜୀବୀ ପରିତୋଷ ଶୀଲ, ଜିଲ୍ଲା ପୂର୍ବତନ ଛାତ୍ର ସଭାପତି ସୋମେଶ ବାଘ, ତପନ ନାଥ ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ।