ବିଶ୍ଵନାଥପୁର ଏବଂ ଚମ୍ପାଦେଇପୁର କ୍ଳଷ୍ଟର୍ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ କ୍ଲଷ୍ଟର୍ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍‌ଏଲ୍‌ଏନ୍‌) ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ଼ ବିଇଓ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଡିଆଇଇଟିର ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ସାଧନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Omkar Vasthu
Omkar Vasthu


ଶ୍ରୀ ବେହେରା ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳ ତଥା ସରକାରଙ୍କ ବିଭିନ୍ନ ଯୋଜନା, ଶ୍ରୀ ବିଶ୍ୱାଳ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ ସଂପର୍କରେ ଆଲୋଚନା କରିଥିଲେ। ବିଇଓ ଶ୍ରୀ ନାଏକ ଓଦିଶା ଆପ୍‌, ଛାତ୍ରଛାତ୍ରୀଙ୍କ କାଉନ୍‌ସେଲିଂ, ବିଦ୍ୟାଳୟରେ ବର୍ଣ୍ଣବୋଧ ବହିର ବ୍ୟବହାର ଉପରେ ଏବଂ ଏବିଇଓ ଶ୍ରୀ ସୁନା ପ୍ରବନ୍ଧ ପୋର୍ଟାଲ୍‌ ବିଷୟରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଚମ୍ପାଇଦେଇପୁର ସିଆର୍‌ସିସି ସୌଭାଗ୍ୟରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ଵନାଥପୁର ସିଆର୍‌ସିସି ବିଜୟ ରାୟ, ଲାଞ୍ଜିଗଡ ସିଆର୍‌ସିସି ଏମ୍. ସୁନ୍ଦର ଶେଖର, ହରେକୃଷ୍ଣପୁର ସିଆର୍‌ସିସି କାଞ୍ଚନବାଳା ମହାରଣା, ପେଙ୍ଗସୁର ସିଆର୍‌ସିସି ଗୁରୁଗୋବିନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଉଭୟ କ୍ଲଷ୍ଟର୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.