କୁଣ୍ଡାବନ୍ଦ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ମନୋଜ ପଟ୍ଟନାୟକ

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କୁଣ୍ଡାବନ୍ଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବେ ମନୋଜ କୁମାର ପଟ୍ଟନାୟକ ନାମାଙ୍କନ ପତ୍ର କେସିଙ୍ଗା ବିଡ଼ିଓଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରସ୍ତାବକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ ସମାଜର ଅବହେଳିତ, ନିଷ୍ପେସିତ ଓ ସାଧାରଣ ଜନତାଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେ ନିଜ ସଂଗଠନ ମାଧ୍ୟମରେ ୩ଜଣ କୋଭିଡ ରୋଗୀଙ୍କ ଶବ ସତ୍କାର ଜିଲ୍ଲା ତଥା ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ବିଗତ ଦିନରେ ୧୮ଥର ବ୍ଲଡ କ୍ୟାମ୍ପ କରି ସେ ଶତାଧିକ ଲୋକଙ୍କ ରକ୍ତ ହୀନତା ଦୂର କରିଛନ୍ତି । କୁଣ୍ଡାବନ୍ଦ ଗ୍ରାମ ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟାକୁ ପ୍ରଶାଶନ ନିକଟରେ ଦୃଷ୍ଟି ଆକର୍ଷଣ କରିବା ସହିତ ଗରିବଙ୍କ ସେବା କରିବା ହେଉଛି ତାଙ୍କର ମୂଳଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ମନୋଜ ପଟ୍ଟନାୟକ । ସେ ନିର୍ବାଚନରେ ବିଜୟୀ ହେଲେ ଏହି ଅଞ୍ଚଳର ରାସ୍ତା, ପାଣି, ବିଜୁଳୀ, ବିଧବା ଓ ବୁଢ଼ାବୁଢ଼ୀଙ୍କ ଭତ୍ତା, ରାସନ କାର୍ଡ ପ୍ରତି ଦୃଷ୍ଟି ଦେବାସହ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.