କଳାହାଣ୍ଡି : ଭବାନୀପାଟଣା ସଦର ବ୍ଲକ ଜୋନ ୧ ବୋର୍ଡ଼ା ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେଁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେଶ ପ୍ରସାଦ ସାହୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ନନ୍ଦ, ସଚିଦାନନ୍ଦ ମହାକୁଡ଼, ବାବୁଲି ମଣ୍ଡଳ, ଜାକିର ହୁସେନ, ଅଭିନାଶ ଠାକୁର, ସୁରେନ୍ଦ୍ର ପ୍ରଧାନ, କୁନା ଯୁଆଡ ଏବଂ ବିଜେଡି ସମର୍ଥକଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନିଜ ଅଞ୍ଚଳରେ ବିଶେଷ ଭାବେ ସରକାରୀ ଯୋଜନା ସବୁକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଂଚାଇବା ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ଜନସାଧାରଣଙ୍କ ଆର୍ଶୀବାଦ କାମନା କରିଛନ୍ତି ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ଶ୍ରୀଯୁକ୍ତ ସାହୁ ମତ ପ୍ରକାଶ କରିଛନ୍ତି ।