କୋକସରା, (ହିରଣ୍ୟ ବେହେରା): ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପାଇ ପାରିବେ ଓ ବିନା କୌଣସି ଦୁର୍ନୀତିରେ ଲୋକେ ବେଶୀ ଲାଭବାନ ହେବେ ଏବଂ ପଞ୍ଚାୟତର ସମସ୍ତ ଗ୍ରାମ ସୋନ୍ଦର୍ଯ୍ୟ କରଣ ସେହି ନୀତିକୁ ମୂଳ ମନ୍ତ୍ର ରଖି ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲେଇଛନ୍ତି ଲଡ଼ୁଗାଁର ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ । ଶ୍ରୀ ଦାସ ଗତ ୨୦୧୭ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ଦୀର୍ଘ ପାଞ୍ଚ ବର୍ଷ ଲୋକଙ୍କ ସୁଖ ଦୁଃଖରେ ସହଭାଗୀ ହୋଇଥିଲେ । ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ନିଜ ପଞ୍ଚାୟତରେ କରାଇ ପାରିଥିଲେ ।
ଖାଦ୍ୟ ସୁରକ୍ଷା, ବାର୍ଦ୍ଧକ୍ୟ ଓ ବିଧବା ଭତା, ଆବାସ ଗୃହ, ମୋ କୁଡ଼ିଆ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଗମନା ଗମନ, ଶିକ୍ଷାର ଉନ୍ନତି, କୋଭିଡ ସମୟରେ ଲୋକଙ୍କୁ ସହଯୋଗ ଭଳି ଲୋକଭିମୁଖୀ କାର୍ଯ୍ୟ କରି ଅଞ୍ଚଳର ଜନମାନସର ହୃଦୟରେ ଚିର ସ୍ମରଣୀୟ ହୋଇପାରିଛନ୍ତି । ଶ୍ରୀ ଦାସଙ୍କ ସମାଜ ସେବା ମାନବିକତାକୁ ପାଥେୟ କରି ଜଣେ ଅନାଥ ଝିଅକୁ ନିଜ ଖର୍ଚ୍ଚ ରେ ଅନ୍ୟତ୍ର ବିବାହ ଦେଇଥିଲେ ଓ ଜଣେ ବିଧବା ମହିଳା ସ୍ଵଛଭାରତ ମିଶନର ଶୌଚାଳୟ ଭଳି ଜାଗାରେ ରହୁ ଥିବା ଜାଣି ପାରି ଦୁଇ ଦିନ ମଧ୍ୟରେ ଏକ କୁଡ଼ିଆର ବ୍ୟବସ୍ଥା କରି ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ଛୋଟ ବ୍ୟବସାୟ ପାଇଁ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ । ଶ୍ରୀ ଦାସ ଙ୍କ ପୂର୍ବ କାର୍ଯ୍ୟ ଧାରା ଓ ଉନ୍ନତି ମୂଳକ କାର୍ଯ୍ୟକୁ ପ୍ରଶଂସା କରି ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ସରିବା ପରେ ଲଡ଼ୁଗାଁ ପଞ୍ଚାୟତ ର ଶୁଭଛୁ ଓ ସାଧାରଣ ଜନତା ଖୁସି ବ୍ୟକ୍ତ କରି ନିଜର ମୂଲ୍ୟବାନ ଭୋଟ କହ୍ନେଇ ଦାସଙ୍କୁ ଦେବା ପାଇଁ ସବୁଠି ଚର୍ଚ୍ଚା ଜୋର ଧରିଛି ।