କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ପଛୁଆବର୍ଗ ବିଭାଗ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବ ନେତୃତ୍ବ ଲିଙ୍ଗରାଜ ବେହେରା । ଏଥିପୂର୍ବରୁ ସେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଭାବରେ ନିଜ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିଛନ୍ତି । ଜଣେ ଉତ୍ତମ ସଂଗଠକ ଭାବେ ସୁପରିଚିତ ଶ୍ରୀ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି କଂଗ୍ରେସ ପଛୁଆବର୍ଗ ବିଭାଗର ରାଜ୍ୟ ଅଧ୍ୟକ୍ଷ ଇଂ. ଜ୍ଞାନଦେବ ବେଉରା । ତେବେ ନୂତନ ଦାଇତ୍ୱ ଗ୍ରହଣ କରିବା ସହ ରାଷ୍ଟ୍ରୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ମଣିପୁର, ମିଜୋରାମ ପ୍ରଭାରୀ ଭକ୍ତ ଚରଣ ଦାସ, ରାଷ୍ଟ୍ରୀୟ ପଛୁଆବର୍ଗ ଅଧ୍ୟକ୍ଷ ତଥା ଛତିଶଗଡ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ତାମ୍ରଧ୍ବଜ ସାହୁ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ପଛୁଆବର୍ଗ ସଭାପତି ଇଂ. ଜ୍ଞାନଦେବ ବେଉରା, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ଯୁବ ନେତା ସାଗର ଚରଣ ଦାସ ଏବଂ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଲିଙ୍ଗରାଜ ବେହେରା । ଏହାସହ ସେ କହିଛନ୍ତି ଯେ, ମୋ ଉପରେ ଅସ୍ଥା ଓ ବିଶ୍ୱାସ ରଖି ଦଳ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି ତାକୁ ମୁଁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବି ଏବଂ ଜିଲ୍ଲା ପଛୁଆବର୍ଗଙ୍କ ହିତ ପାଇଁ ସବୁବେଳେ, ସବୁ ସମୟରେ କାମ କରିବି ବୋଲି ସେ ମତ ପ୍ରକାଶ କରିଛନ୍ତି ।