ଭଗବତ ସ୍ବାମୀଙ୍କ ଆଶିଷ ଭିକ୍ଷା କଲେ ମାଣ୍ଡେଲ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ

କଳାହାଣ୍ଡି: ନର୍ଲା ବ୍ଲକ ବୁଢିପଦର ସ୍ଥିତ ପ୍ରସିଦ୍ଧ ଦେବଗିରି ମଠର ଭଗବତସ୍ବାମୀ, ଦଧିବାମନ, କାଶିବିଶ୍ବନାଥ ଓ ମହାମାୟା ଚଣ୍ଡିଙ୍କ ଆଶିଷ ଭିକ୍ଷା କରିଛନ୍ତି ମାଣ୍ଡେଲ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ । ଆଜି ସକାଳୁ ସେ ଦେବଗିରି ମଠରେ ପହଞ୍ଚି ଦେବାଦେବୀମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ପ୍ରକାଶ କରିଛନ୍ତି ଯେ, ମାଣ୍ଡେଲ ପଞ୍ଚାୟତ ନର୍ଲା ବ୍ଲକ କାର୍ଯ୍ୟାଳୟର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ପଛରେ ପଡିଯାଇଛି । ବିଗତ ଦଶ ବର୍ଷ ଧରି ସରପଞ୍ଚ ଥିବା ଦୁଇଜଣ ବ୍ୟକ୍ତି ଏହି ପଞ୍ଚାୟତର ଉନ୍ନତି ପାଇଁ ମୋଟେ ଧ୍ୟାନ ଦେଇ ନାହାନ୍ତି, ଫଳରେ ଆଜିବି ଏହି ପଞ୍ଚାୟତର ୫ ଖଣ୍ଡ ଗାଁ ସମସ୍ୟା ଜର୍ଜରିତ ହୋଇ ପଡ଼ିରହିଛି । ମାଣ୍ଡେଲ ଗ୍ରାମପଞ୍ଚାୟକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନୀ ଲଢେଇରେ ଭାଗ ନେଇଛନ୍ତି । ପଞ୍ଚାୟତର ଜନସାଧାରଣଙ୍କ ଆଶିର୍ବାଦ ହେଲେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦୀର୍ଘଦିନରୁ ସୁଧୁରି ପାରୁନଥିବା ଶିକ୍ଷା, କୃଷି, ପଶୁପାଳନ, ଜଳସେଚନ, ପରିମଳ, ସ୍ବାସ୍ଥ୍ୟ, ଆର୍ଥିକ ପ୍ରଗତି ସହ ଯୁବକ ଓ ମହିଳାମାନେ କିପରି ସ୍ବାବଳମ୍ବୀ ହୋଇପାରିବେ ସେ ଦିଗରେ କାର୍ଯ୍ୟ କରିବେ । ଭାରତର ପ୍ରାତ୍ନତ୍ତିକ ମାନଚିତ୍ରରେ ସ୍ଥାନ ପାଇଥିବା ଅସୁରଗଡ଼ ଦୁର୍ଗର ବିଶେଷ ଉନ୍ନତି ହୋଇପାରିନାହିଁ ତେଣୁ ଏହି ଐତିହାସିକ ଦୁର୍ଗର ବିକାଶ ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବେ । ଅସୁରଗଡ ସାଗରର ଉନ୍ନତିକରଣ ସହ ଏହାର ଜଳକୁ କୃଷି କ୍ଷେତ୍ରରେ ସୁବିନିଯୋଗ ପାଇଁ ପଦକ୍ଷେପ ଗ୍ରହଣ କରିବେ । ଗଡ ପାର୍ଶ୍ବରେ ବୋହି ଯାଉଥିବା ସାନ୍ଦୁଲ ନଦୀରେ ଆନିକଟ ନିର୍ମାଣ କରାଇ ଜଳ ସେଚନ ଉପରେ ଅଧିକ ଗୁରୁତ୍ବ ଦେବେ । ପ୍ରତ୍ୟେକ ଗ୍ରାମର ସୈ।ନ୍ଦର୍ଯ୍ୟିକରଣ, ଖେଳ ପଡିଆ ଓ ସାଧାରଣ ଜନତାଙ୍କ ହିତ ପାଇଁ କାର୍ଯ୍ୟ କରିବା ସହ ଏହି ପଞ୍ଚାୟତକୁ ଦେଶର ସ୍ମାର୍ଟ ପଞ୍ଚାୟତ ରୂପେ ଗଢି ତୋଳିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପଦ୍ମଲୋଚନ ଜାଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.