ମାରାଥନ୍ ପ୍ରଚାରରେ ରୁପ୍ରା ସମିତିସଭ୍ୟ ପ୍ରାର୍ଥୀନୀ ସୁଲୋଚନା ପଟ୍ଟନାୟକ

କଳାହାଣ୍ଡି: ନାରୀ ଶିକ୍ଷା ଓ ନାରୀ ଜାଗରଣ ପାଇଁ କାର୍ଯ୍ୟ କରି ଚର୍ଚ୍ଚିତ ଚେହେରା ପାଳଟିଥିବା ସୁଲୋଚନା ପଟ୍ଟନାୟକ ଏଥର ରୁପ୍ରା ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ତଥା ମହିଳା ଓ ଯୁବକ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ସ୍ଵପ୍ନ ଦେଖୁଥିବା ଶ୍ରୀମତୀ ପଟ୍ଟନାୟକ ଜନତା ଜନାର୍ଦ୍ଦନଙ୍କ ଆଶିଷ ଭିକ୍ଷା ପାଇଁ ମାରାଥନ୍ ପ୍ରଚାରରେ ବାହାରିଛନ୍ତି । ସରକାରଙ୍କ କୋଭିଡ ଗାଇଡ୍ ଲାଇନ୍ ଅନୁସରଣ କରି ସେ ନିଜର ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସେ ଭାଲୁକଟା ଗାଁର ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି । ପୂର୍ବରୁ ଶିକ୍ଷୟତ୍ରୀ ଭାବେ କାମ କରିଥିବା ସୁଲୋଚନାଙ୍କୁ ଭୋଟର୍ସ୍ ବେଶ୍ ପସନ୍ଦ କରୁଥିବା ଦେଖାଯାଇଛି । ଜଣେ ଉଚ୍ଚ ଶିକ୍ଷିତ ମହିଳା ଭାବେ ତାଙ୍କର ପ୍ରତିନିଧିତ୍ୱ ପଞ୍ଚାୟତ ପାଇଁ ଏକ ଦକ୍ଷ ନେତୃତ୍ୱ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.