ମହଙ୍ଗା ହେଉଛି ଖାଉଟି ସାମଗ୍ରୀ: ବଢିଲା ମ୍ୟାଗି ଓ ଚା ର ଦାମ୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି । କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ମୂଲ୍ୟ ବୃଦ୍ଧି କରାଯାଇଛି । ମାଗି ନୁଡୁଲସର ଦାମ ପାଖାପାଖି ୯ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ନେସଲେର ୧ ଲିଟର କ୍ଷୀରର ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ହିନ୍ଦୁସ୍ତାନ ୟୁନିଲିଭର କଫି, ଚା’ ଆଦି ସାମଗ୍ରୀର ଦର ବଢ଼ାଇଛନ୍ତି । ବ୍ରୁ କଫି ୩ରୁ ୭ ପ୍ରତିଶତ ବଢ଼ିଛି । ତାଜ ମହଲ ଚା’ର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି କଂପାନୀ । ବ୍ରୁକ୍ ବଣ୍ଡ ଚା’ ପ୍ୟାକେଟର ମୂଲ୍ୟ ମଧ୍ୟ ମହଙ୍ଗା ହୋଇଛି । ଗୋଟିଏ ପଟେ ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟ ଖାଉଟି ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଏପରି ମୂଲ୍ୟବୃଦ୍ଧି ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.