ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୁଶ୍ରୀ ମମତା ଶବର ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗ୍ରସ୍ତ କରିବା ସହିତ ସେଠାରେ ଚାଲିଥିବା ସେବା ସମ୍ପର୍କରେ ପଚାରି ବୁଝିଛନ୍ତି । ସରପଞ୍ଚ ମମତା ଶବର ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ଉପଲବ୍ଧ ବିଭିନ୍ନ ଚିକିତ୍ସା ସେବା ଏବଂ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ସମୟରେ ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅକ୍ଷୟ ଗୋଛୟତ, ମେଡିକାଲ କର୍ମଚାରୀ ଲଳିତ ପ୍ରଧାନ, ଡୋଲାମଣି କରୁଆଁ, ଯୁବ ସମାଜସେବୀ ତଥା ସାମ୍ବାଦିକ ସୁଶିଲ କୁମାର ବାଗ, ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।





