ଗୋଲାମୁଣ୍ଡା ବ୍ଲକରେ ଫାଇବ୍-ଟି କାର୍ଯ୍ୟକ୍ରମରେ ରୂପାନ୍ତରିତ ୭ଗୋଟି ସ୍କୁଲ ଉଦଘାଟନ ହେଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକରେ ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତରିତ ୭ଗୋଟି ସ୍କୁଲକୁ ଭର୍ଚ୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ରହିବ ନାହିଁ ପୁରୁଣା ଢାଞ୍ଚାର ସ୍କୁଲ । ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲ ପରି ସରକାରୀ ସ୍କୁଲରେ ସବୁ ସୁବିଧା ପାଇବେ । ଏଥିପାଇଁ ରାଜ୍ୟ ସରକାର ୫ଟି କାର୍ଯ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟର ଗୋଲାମୁଣ୍ଡା ବ୍ଳକର ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ, ଦଶପୁର ଭଣ୍ଡାରଘରଣୀ ଉଚ୍ଚ ବିଦ୍ୟାଳୟ, ସୋସିଆ ଦ୍ଵାରିକାନାଥ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ବୃନ୍ଦାବାହାଲ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ମହାଲିଙ୍ଗ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ବଡ଼ଚେରଗାଁ ପବ୍ଲିକ ଉଚ୍ଚ ବିଦ୍ୟାଳୟ, ଚହକା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିତ ହୋଇ ଆଜି ଉଦଘାଟନ ହୋଇ ଯାଇଛି । ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ମର୍ଟ କ୍ଲାସରେ ପାଠ ପଢିବେ ଓ ଅତ୍ୟାଧୁନିକ ପାଠଗାରର ସୁବିଧା ସାଙ୍ଗକୁ ଅତ୍ୟାଧୁନିକ ବୈଜ୍ଞାନିକ ପରୀକ୍ଷାଗାରର ସୁବିଧା ପାଇ ଶିକ୍ଷାଦାନ କ୍ଷେତ୍ରରେ ବିକାଶ କରି ପାରିବେ । ଆଜି ଏହି ସ୍କୁଲ ରୂପାନ୍ତରିତ ହୋଇ ଉଦଘାଟନ ହୋଇଥିବା ବେଳେ ବେସ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ । ଆଜିର ଉଦଘାଟନ ସମୟରେ ବ୍ଲକର ସମସ୍ତ କନିଷ୍ଠଯନ୍ତ୍ରୀ, ଉଦଘାଟନ ହେଉଥିବା ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ ତଥା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ , ସହଶିକ୍ଷକ ତଥା ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.