କଣ୍ଟଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ

କନ୍ଧମାଳ/ ଓଡ଼ିଆ ବାର୍ତ୍ତା (ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକତା ଛାଡି ସମାଜସେବା ପାଇଁ ରାଜନୀତିରେ ପାଦ ଥାପିଥିବା ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି। ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତାଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି। ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତର ପାତ୍ରସାହିରେ ପାନୀୟ ଜଳର ଅସୁବିଧା ରହିଥିଲା। ଲୋକେ ପାଣି ମୁନ୍ଦାକ ପାଇଁ ହୀନସ୍ତା ଭୋଗୁଥିଲେ। ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶୀଳ ଥିଲେ। ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାଇପ ଜଳ ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂରକରିଛନ୍ତି। କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି। ଏନେଇ ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପଂଚାୟତ ବାସୀ ମୋତେ ସେବାକରିବା ପାଇଁ ସୁଯୋଗ ଦେଇଛନ୍ତି ଜନସେବା ମୋର କର୍ତ୍ତବ୍ୟ। ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବାପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମପଂଚାୟତକୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।’ ଶିକ୍ଷକ ନେତାରୁ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବାପାଇଁ ଦିନ ରାତି ଏକ କରୁଥିବାରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.