ଆସନ୍ତା ୧୫ରେ ଏନସିଏସସିଡିଏ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମେଳା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ । ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନସିଏସସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀମାନେ ଭାଗ ନେଇପାରିବେ। ୱେବ ଡେଭଲପମେଣ୍ଟ, ସେଲ୍ସ, ଟେଲି ସେଲ୍ସ, ସର୍ଭିସ ଇଞ୍ଜିନିୟର, ଗ୍ରାହକ ସେବା, ଲଜିଷ୍ଟିକ୍ସ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ମାଟ୍ରିକ ପାସ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ, ସ୍ନାତକ, ଏମବିଏ, ଆଇଟିଆଇ ଏବଂ ଡିପ୍ଲୋମା ନିଯୁକ୍ତିଧାରୀମାନେ ଏସବୁ ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଦିବ୍ୟାଙ୍ଗ ବର୍ଗରେ ନିଯୁକ୍ତି ଆଶାୟୀମାନେ ଚଳନ ଅକ୍ଷମତା (ଏଲଡି) ଏବଂ ବାକ୍‌ ଓ ଶ୍ରବଣଶକ୍ତି ହୀନ ଦିବ୍ୟାଙ୍ଗମାନେ ଏଥିରେ ଭାଗ ନେଇପାରିବେ। ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସବୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ବାୟୋଡେଟା ସହିତ ଆବେଦନ କରିପାରିବେ । ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିବା ଲାଗି ଏନସିଏସସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.