ଶୋଇଥିବା ଅବସ୍ଥାରେ ନିଆଁରେ ଜଳି ସ୍ବାମୀ ସ୍ତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଜୟପାଟଣା ଥାନା କଲମପୁର ବ୍ଳକ ବଲାଗାଁ ଠାରେ ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଜୈନିକ ବ୍ୟକ୍ତି ନିଜ ପରିବାର ସହ ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ କେହି ଦୁର୍ବୁର୍ତ୍ତ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି। ଯାହାଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ବଲା ଗାଁର ୫୦ବର୍ଷୀୟ ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଲିମ୍ବ ମାଝୀ ଘରେ ଶୋଇଥିବା ଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ କବାଟ ଫାଙ୍କ ଦେଇ ପେଟ୍ରୋଲ ଢାଳି ଦେଇ ନିଆଁ ଲଗେଇ ଦେଇଥିଲା। ଯାହାରି ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି।ଏ ନେଇ ପଡୋଶୀ ଲୋକ ସୂଚନା ପାଇବା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ବର୍ତ୍ତମାନ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ବରୁଣଙ୍କ ପ୍ରାୟ ୩୦ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଚିକିତ୍ସା ଦାଇତ୍ୱରେ ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଏହି ଘଟଣା ଘରୋଇ ବିବାଦ କାରଣରୁ ଝିଅ ଓ ଜ୍ବାଇଁଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ପ୍ରତିଶୋଧ ନେବା ପାଇଁ ସାନ ଜ୍ୱାଇଁ ଏଭଳି ଘଟଣା ଘଟେଇ ଥିବା ବରୁଣ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.