ଅସଂଯତ ମନର ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ସୁପରିଚିତ ଅନୁଷ୍ଠାନ ‘ସାହିତ୍ୟିକ କବି ବନ୍ଧୁ ପରିବାର’ର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଓ ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତିଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଆଭିମୁଖ୍ୟ ରଖିବା ସହ ଡ଼ଃ ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପ୍ରବାଚିକା ତଥା ଆଲୋଚିକା ସଂଯୁକ୍ତା ରାଉତ ଯୋଗଦେଇ ଧ୍ୟାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ । ତାଙ୍କ ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ଯାହାର ମନ ସଂଯତ ସେ ଭଗବତ ପ୍ରାପ୍ତି ବା ଯୋଗପ୍ରାପ୍ତି କରିଥାଏ । ଅସଂଯତ ମନ କେବେହେଲେ ଭଗବତ ପ୍ରେମ ଲାଭ କରି ପାରିବ ନାହିଁ । ସଂଶୟ ରଖିଲେ କର୍ମ ନିଷ୍ଫଳ ହୁଏ । ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅଭ୍ୟାସ ଓ ବୈରାଗ୍ୟ ଦ୍ବାରା ମନକ ବଶ କରାଯାଇ ପାରେ । ନିଷ୍ପାପ ଯୋଗୀ ମନକୁ ସର୍ବଦା ସମାହିତ କରି ବ୍ରହ୍ମରେ ମିଶିଯାଇ ନିରତିଶୟ ସୁଖ ଭୋଗ କରନ୍ତି । ସର୍ବତ୍ର ସମଦର୍ଶୀ ଯୋଗୀ ପୁରୁଷ ସର୍ବଭୂତରେ ଆତ୍ମା ଓ ଆତ୍ମାରେ ସର୍ବଭୂତଙ୍କୁ ଦର୍ଶନ କରି ଥାଆନ୍ତି ବୋଲି ସଂଯୁକ୍ତା ରାଉତ ମହୋଦୟା ଆଲୋଚନା କରିଥିଲେ । ଶେଷରେ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ମହୋଦୟ ମଧ୍ୟ ନିଜ ବକ୍ତବ୍ୟରେ ଧ୍ୟାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଯୁକ୍ତା ରାଉତଙ୍କର ବକ୍ତବ୍ୟ ସରଳ, ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ବାମନ ଚନ୍ଦ୍ର ଦୀକ୍ଷିତ ଓ ନିରଞ୍ଜନ କରଣ ମନ୍ତବ୍ୟ ଦେଇଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଷଷ୍ଠ ଅଧ୍ୟାୟର ଧ୍ୟାନ ଯୋଗର ଏକତ୍ରିଶତମ ଶ୍ଲୋକରୁ ଚାଳିଶ ତମ ଶ୍ଲୋକ ପର୍ଯ୍ୟନ୍ତ ପଠନ ଓ ସମ୍ୟକ୍ ବ୍ୟାଖ୍ୟା ରଖିଥିଲେ ଗୀତାଞ୍ଜଳି ପୃଷ୍ଟି, ପ୍ରତିମା ଶତପଥୀ, ସ୍ନିଗ୍ଧା ସାମନ୍ତରାୟ, ପ୍ରିୟମ୍ବଦା ସାମଲ, ପ୍ରଭାତୀରାଣୀ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଅରୁଣ କୁମାର ମହାପାତ୍ର, ବିନୋଦିନୀ ଦାଶ, ବିଶ୍ବେଶ୍ବର ମାଝୀ ପ୍ରମୁଖ ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୬ରୁ ଉର୍ଦ୍ଧ୍ବ ସାରସ୍ଵତ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।‌ ଶେଷରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅନୁମୋଦନ କ୍ରମେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ ଓ ଗୀତାଞ୍ଜଳି ପୃଷ୍ଟି ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.