ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କାର୍ଯ୍ୟାଳୟରେ ଜାତୀୟ ସଦ୍ଭାବନା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁମଙ୍ଗଳ କମିଟି କାର୍ଯ୍ୟାଳୟରେ ଆଜି ସଦ୍ଭାବନା ଦିବସ ପାଳିତ ହୋଇଯାଇଛି। ସମ୍ବିଧାନକୁ ଆଖି ଆଗରେରଖି ସମସ୍ତ କର୍ମକର୍ତ୍ତା ମିଳିତଭାବେ ପ୍ରତିଜ୍ଞା ପାଠ କରିଥିଲେ ଯେ, ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଭେଦଭାବ ଭୁଲି ସମସ୍ତ ଭାରତୀୟଙ୍କ ଭାବନାତ୍ମକ ଏକତା ଓ ସଦ୍ଭାବନା ନିମନ୍ତେ କାର୍ଯ୍ୟ କରିବାସହ ହିଂସାର ଆଶ୍ରୟ ନନେଇ ସମସ୍ତ କାର୍ଯ୍ୟ ସମ୍ବିଧାନଧାରାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରତିଜ୍ଞା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ କର୍ମକର୍ତ୍ତା ନିରାକାର ପାଢ଼ୀ, ପ୍ରତାପ ଦାସ, ରଞ୍ଜିତ ମାଝି, ସତ୍ୟପ୍ରିୟ ପ୍ରଧାନ, ଶାନ୍ତିସ୍ନିଗ୍ଧା ତୁଳ, ବିଶ୍ୱବନ୍ଦିତା ବେହେରା, ରଶ୍ମିତା ସାବତ, ପ୍ରମୋଦ କୁମାର ନାୟକ ଓ ନାଗମଣି ଯୋଗଦେଇ ପ୍ରତିଜ୍ଞାପାଠ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.