ଗାନ୍ଧିବାଦୀ ନେତା ଘାସିରାମ ପଟ୍ଟଯୋଶୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଂଚଳର ସୁପରିଚିତ ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ବରିଷ୍ଠ ସମାଜସେବୀ ଘାସିରାମ ପାଟଯୋଶୀ ମଙ୍ଗଳବାର ସନ୍ଧ୍ୟାରେ ଇହଧାମ ତ୍ୟାଗ କରିଛନ୍ତି। ଗତକିଛ ମାସ ହେବ ସେ ଯକୃତ ଜନିତ ରୋଗରେ ପୀଡିତ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଶିକ୍ଷକତାରୁ ଅବସର ନେବାପରେ ସେ ମାନବ ସେବା ହିଁ ମାଧବ ସେବାକୁ ବ୍ରତ କରି ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ଯେ କୌଣସି ରାଷ୍ଟ୍ରୀୟ ଦିବସରେ ତାଙ୍କ ସାଇକେଲରେ ଲୋକଙ୍କୁ ସଚେତନ ସମୟରେ ତ୍ରିରଙ୍ଗା ଫର ଫର ହୋଇ ଉଡୁଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନକୁ କେବେ ଅଂଚଳବାସୀ ଭୁଲିପାରିବେ ନାହିଁ। ସେ ଏକାଧାରରେ ଜଣେ ଜ୍ୟୋତିର୍ବିଦ, ଲେଖକ, କବି ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିପୁଣ ଥିଲେ। ରାଜ୍ୟ ସ୍ତରୀୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନୀତ ହୋଇ ନିଜ ଅଂଚଳ ପାଇଁ ପ୍ରସଂଶାର ପାତ୍ର ହୋଇଥିଲେ। ଆଜି (ବୁଧବାର) ସକାଳୁ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯିବା ନେଇ ପରିବାର ପକ୍ଷରୁ ସୁଚନା ମିଲିଛି। ତାଙ୍କ ପରଲୋକରେ କୋକସରା ବ୍ଲକ ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, କୋକସରା ସାମ୍ବାଦିକ ସମୂହ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.