ନର୍ଲା ବ୍ଲକରେ କଳାକାର ଚୟନ କାର୍ଯ୍ୟକ୍ରମ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ କଳାକାର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଦକ୍ଷତା ପରୀକ୍ଷା କରାଯାଇଥିଲା। ଅଗଷ୍ଟ ୨୨ ଓ ୨୩ ଦୁଇଦିନ ଧରି ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ କଳାହାଣ୍ଡି ଜିଲ୍ଲା କଳାକାର ସଂଘ ଉପ ସଭାପତି କରୁଣାକର ଦାସ, କଳା ସଂସ୍କୃତି ସଂଯୋଜକ ପ୍ରବଣ କୁମାର ପାଣିଗ୍ରାହୀ, କେସିଙ୍ଗା ବ୍ଲକ କଳାକାର ସଂଘ ଉପସଭାପତି କମ୍ବୁପାଣୀ ବାଗ ଓ ନର୍ଲା ବ୍ଲକ କଳାକାର ସଂଘ ଉପସଭାପତି ସର୍ବେଶ୍ବର ଭୋଇ ଉପସ୍ଥିତ ରହି କଳାକାର ଚୟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନର୍ଲା ଏବିଡ଼ିଓ ଦେବେନ୍ଦ୍ର ସାମଲ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ବ୍ଲକ ଷ୍ଟାଫ ମଧ୍ୟରୁ ବିଏସଏସଓ ପ୍ରଦୀପ କୁମାର ବେହେରା ଓ ପିଏ ଯୋଗେଶ ଚନ୍ଦ୍ର ନାଏକ ଯୋଗଦାନ କରିଥିଲେ।ପ୍ରଥମ ଦିବସରେ ବ୍ଲକର ବାଲସିଙ୍ଗା, ଭାନପୁର, ଭୀମକେଲା, ଘଣ୍ଟମାଳ, ଘୋଡାବନ୍ଧ, କର୍ମେଗାଁ, ନିଶାଣପୁର, ମାଣ୍ଡେଲ, ନର୍ଲା, କୁର୍ମେଲ ଓ ସର୍ଗିଗୁଡା ପଂଚାୟତ ଓ ଦ୍ବିତୀୟ ଦିବସରେ ଗିଗିନା, ମୁସ୍କୁଟି, ରୁପ୍ରା, ରୁପ୍ରାରୋଡ, ରାକ୍ସି, ଉଲିକୁପା, ଶାନ୍ତପୁର, ସରିଆଁ, ସେରଗଡ, ଟକର୍ଲା ଓ ତୁଳାପଡା ପଂଚାୟତର ଆବେଦନ କରିଥିବା କଳାକାର ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ନର୍ଲା ବ୍ଲକ କଳାକାର ସଂଘର ସଂଜୟ କୁମାର ଧଙ୍ଗଡାମାଝୀ, ବିଜୟ ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.