ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ପକ୍ଷରୁ ଅମୃତ ମାତୃପିତୃ ସେବା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଆଗକୁ ଆସୁଛି ଓଡିଶାର ମହାନ ଗଣପର୍ବ ନୂଆଖାଇ। ଏହି ପର୍ବକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଗ୍ରାମ୍ୟ ପରିବେଶ। ଏହି ପର୍ବକୁ ସମସ୍ତେ ଖୁସିର ସହ କେମିତି ପାଳନ କରିବେ ସେଥିପାଇଁ ଏକ ମହତ କାର୍ଯ୍ୟ ହାତକୁ ନେଇଛନ୍ତି ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ମୁଣ୍ଡୁରାଗୁଡା। ଏହି ଦୁଇ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଅମୃତ ମାତୃପିତୃ ସେବା।

ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଗୋରୁବଜାର ପ୍ରାଙ୍ଗଣରେ ସଂଗଠନର ସଭାପତି ଭବେଶ ଗଇଁତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ ମୂଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ। ମୂଖ୍ଯ ବକ୍ତା ଭାବରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ସମ୍ପାଦକ ଅବିନାଶ ମୁଣ୍ଡ ଯୋଗଦେଇଥିବା ବେଳେ ଧର୍ମଗଡ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ସମାଜସେବୀ ପବନ ଅଗ୍ରୱାଲ, ବରିଷ୍ଠ ଶିକ୍ଷାବିତ୍ ତୁଲସୀରାମ ବାରିକ, ଭକ୍ତ ଚରଣ ଭୋଇ, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ପୂର୍ବତନ ସଭାପତି ଚିନ୍ମୟ ବେହେରା ପ୍ରମୁଖ ସମ୍ମନୀତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଗ୍ରାମ୍ୟ ଅଧିଷ୍ଠାତ୍ରୀ ଦେବୀ ମାଁ ଦନ୍ତେଶ୍ବରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ବାଗତ ସଂଗୀତ ଗାନ କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ଅଞ୍ଚଳର ୬୦ଜଣ ଅସହାୟ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।


ସମାଜସେବୀ ପବନ ଅଗ୍ରୱାଲ ତାଙ୍କ ତରଫରୁ ପ୍ରତ୍ୟେକ ଲୋକଙ୍କୁ ନିଜ ୧୦୦ଟଙ୍କା ଲେଖାଏଁ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ସମ୍ପାଦକ ଭୁଜବଳ ନାଏକ, ସହ ସମ୍ପାଦକ ଶୁଶିଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ଉପସଭାପତି ତରେଶ ବିଶି, ଇଶ୍ବର ବାଣୁଆ, ରିଙ୍କୁ ବିଶି, ରୁପେଶ ନାଏକ, ତ୍ରିଲୋକ ସିଂ ପ୍ରମୂଖ ସହଯୋଗ କରିଥିଲେ। ନୂଆଖାଇ ପରି ପର୍ବର ଅବ୍ୟବହିତ ପୂର୍ବରୁ ଅଞ୍ଚଳର ଅସହାୟ ଲୋକଙ୍କୁ ବସ୍ତ୍ରଦାନ କରିଥିବାରୁ ଏହି ଦୁଇ ସଂଗଠନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.