କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ମାଣ୍ଡେଲ ସ୍କୁଲରେ ‘ବାଳା ଏବଂ ପୋଷଣ ବଗିଚା’କୁ ନେଇ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ତୁଳାଗାଁ କ୍ଲଷ୍ଟର ଅଧିନସ୍ଥ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ‘ବାଳା ଏବଂ ପୋଷଣ ବଗିଚା’କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ନର୍ଲା ବ୍ଲକ ପରିଚାଳିକା ସୋନି କୁମାରୀ ସିଂଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ଏବିଇଓ ସୂର୍ଯ୍ୟ ଦେବ ବାଗ, ସମ୍ମାନିତ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ତୁଳାଗାଁ ସିଆରସିସି ଦେବୀସୁଧା ଦୋରା ଯୋଗ ଦେଇଥିଲେ । ଏଥିରେ ନର୍ଲା ବ୍ଲକର ୪୧ଟି ମଡେଲ ସ୍କୁଲର ପ୍ରଧାନଶିକ୍ଷକ ଓ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ସମସ୍ତ ବ୍ଲକର ପରିଚାଳକ ଯୋଗ ଦେଇଥିଲେ । ନର୍ଲା ବ୍ଲକରେ କିପରି ଶିକ୍ଷାର ଅଗ୍ରଗତି ହୋଇଇପାରିବ ଏବଂ ବାଲା ଓ ପୋଷଣ ବଗିଚାକୁ ଆଗାମୀ ସମୟରେ କିପରି ବ୍ଲକର ପ୍ରତ୍ୟେକ ମଡେଲ ସ୍କୁଲରେ କାର୍ଯ୍ୟକାରୀ କରାଯାଇପାରିବ, ତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲ । ସଭା ଶେଷରେ ସ୍କୁଲ ପରିସରରେ ବୃକ୍ଷରୋପଣ ଓ ହାଂଗିଙ୍ଗ ଲାଇବ୍ରେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଭୋଇ ସଭା ପରିଚାଳନା କରିଥିଲାବେଳେ ଶେଷରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ବ୍ଲକ ପରିଚାଳିକା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.