ଅହିଂସା ରଥକୁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର, ଗାନ୍ଧୀଜୀଙ୍କ ଅହିଂସା ନିତି ସହ ଦେଶବାସୀଙ୍କୁ ପରିଚିତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକେଇ ସାରା ରାଜ୍ୟରେ ବୁଲୁଛି ଅହିଂସା ରଥ । ରାଜ୍ୟବ୍ୟାପୀ ପରିକ୍ରମା କରୁଥିବା ଅହିଂସା ରଥ କୋକସରା ବ୍ଲକରେ ପ୍ରବେଶ କରିଛି । ଅହିଂସା ରଥ ପ୍ରଥମେ ବ୍ଲକର ମୋଟେର ଠାରେ ପହଞ୍ଚିଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

ଏଥିରେ ରାଜ୍ୟ ସଂଯୋଜକ ତପେଶ୍ୱର ଜଗତ, କଳାହାଣ୍ଡି ଡିଆଇପିଆରଓ ମନୋଜ କୁମାର ବେହେରା, ଧର୍ମଗଡ ଏସ୍‌ଡିପିଆରଓ ରମେଶ ସିଂ ପ୍ରମୂଖ ରଥ ପରିଭ୍ରମଣରେ ସାମିଲ ହୋଇଥିଲେ । ମୋଟେର ଠାରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ କରାଯାଇଥିଲା । ପରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସୂରକ୍ଷା ଅଧିକାରୀ ଦିପକ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଡବ୍ଲୁଇଓ ଦାମୋଦର ବିଶ୍ୱାଲ ସମେତ ସମସ୍ତ କର୍ମଚାରୀ ମାନେ ମୋଟେର ଠାରୁ ଅହିଂସା ରଥକୁ ସ୍ୱାଗତ କରି ଅଣିଥିଲେ । ସେଠାରୁ ରଥ ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠକୁ ପହଞ୍ଚିଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ ସରପଞ୍ଚ କିଶୋର ପ୍ରଧାନୀଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରଥକୁ ସ୍ୱାଗତ କରାଯାଇଥିଲା । ପରେ ଅହିଂସା ରଥ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଅଭିମୁଖେ ବାହାରିଥିଲା । ଏହି ସମୟରେ ମହିମା ଓ ଖଲିଗଡ ଠାରେ ଜନସାଧାରଣଙ୍କ ଦ୍ୱାରା ରଥକୁ ସ୍ୱାଗତ କରାଯାଇଥିଲା । ରଥ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପହଞ୍ଚିବା ପରେ ଡୋକରୀ ଚଞ୍ଚରା ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ୱର ପାତ୍ର, ଉପସଭାପତି ଅଇରୀ ନାଶନ ଚିନ୍ଦା, ସାଧାରଣ ସଂପାଦକ ଘନଶ୍ୟାମ ନାଏକ, ଉପସଭାପତି ସୁଧିର ପାତ୍ର, ସହ ସଂପାଦକ ନିଲାମ୍ବର ନାଏକ, ମଧୁବନ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ଗରୁଡଧ୍ୱଜ ମାଝି, ଟେମରା ସରପଞ୍ଚ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା କ୍ଷିତିଶ ପାତ୍ର, ଗିରୀଧାରୀ ନାଏକ, ସହଦେବ ମାଝୀ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତୀ ବାଗ, ରେଙ୍ଗାଲପାଲି ସମିତି ସଭ୍ୟ ମୁକ୍ତେଶ୍ୱର ନାଏକ ସମେତ ଖଲିଗଡ ଗ୍ରାମର ସମସ୍ତ ଲୋକଙ୍କ ସହ ପ୍ରାୟ ୫ଶହ ଲୋକଙ୍କ ଗହଣରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ଟେମରା ଓ ମହିମା ଗ୍ରାମର ଘୁମୁରା, ମାଲପଡାର ଘୁଡୁକା, ମହିମା ଗ୍ରାମର ଖଞ୍ଜଣି, ଖଲିଗଡର ଢୋଲ ମହୁରୀ ଓ ମୂଖ୍ୟ ଆକର୍ଷଣ କୋକସରା ଓଏଭିର ପରିବେସିତ ଦେଶାତ୍ମ ବୋଧକ ଗୀତିନାଟ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ସେଠାରେ ଅହିଂସା ରଥର ଉଦ୍ଦ୍ୟେଶ ଉପରେ ଏଲିଡି ମାଧ୍ୟମରେ ଏକ ଭିଡିଓ ପ୍ରଦର୍ଶନ କରି ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା । ପରେ ସେଠାରୁ ଅହିଂସା ରଥ ଆମପାଣି ଅଭିମୂଖେ ବାହାରି ଥିଲା । ଆମପାଣିରେ କାର୍ଯ୍ୟକ୍ରମ ଶେଷ ହେବାପରେ ରାତ୍ରରହଣୀ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.