ଆମ୍ ଆଦମୀ ପାର୍ଟି ସୁବର୍ଣ୍ଣପୁରର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ବୀରମହାରାଜପୁର କଲ୍ୟାଣ ମଣ୍ଡପ ପରିସରରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏକ ଦଳୀୟ ଶୋଭାଯାତ୍ରା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ମୂଖ୍ୟ ଛକ ଦେଇ କଲ୍ୟାଣ ମଣ୍ତପଠାରେ ପହଞ୍ଚିଥିଲା । ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁରେଶ କଲତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ରାଜ୍ଯ ଯୁବ ସଭାପତି ସୋମନାଥ ରାଉତ, ଜିଲ୍ଲା ପ୍ରଭାରୀ ତ୍ରିନାଥ ସାହୁ, ମୂଖ୍ଯବକ୍ତା ରାଜ୍ଯ ସମ୍ପାଦକ ଏବଂ ବୌଦ୍ଧ ଜିଲ୍ଲା ପ୍ରଭାରୀ ବାଳକୁଷ୍ଣ ଦଣ୍ଡସେନା, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, ବୌଦ୍ଧ ଜିଲ୍ଲା ସଭାପତି ପ୍ରଶାନ୍ତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଜିଲ୍ଲାର ପ୍ରତି ବ୍ଲକରୁ ବହୁସକ୍ରୀୟ ସଦସ୍ଯ ଯୋଗଦେଇଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ମଧ୍ଯ ଆୟୋଜିତ ହୋଇଥିଲା । ଭଷ୍ଟାଚାର ମୁକ୍ତ ବିକଳ୍ପ ରାଜନୀତିକୁ ପସନ୍ଦ କରୁଥିବା ଅନେକ ଲୋକ ଆମ ସହିତ ଯୋଡି ହେଉଛନ୍ତି ବୋଲି ମୂଖ୍ଯ ଅତିଥି ମତ ପ୍ରକାଶ କରିଛନ୍ତି ।ସାଂଗଠନିକ ବିସ୍ତାର ଓ ଦୃଢତା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ଏବଂ ଆଗକୁ ସୁବର୍ଣ୍ଣପୁର ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଦେଖାଯିବ ବୋଲି କୁହାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.