ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କୋରାପୁଟ ଜିଲ୍ଲାର ମଛରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରିସରରେ ଓଏଭିର ଜୋନସ୍ତରୀୟ ପ୍ରତିଯୋଗିତାରେ କଳାହାଣ୍ଡିର ଛାତ୍ରଛାତ୍ରୀ ଯୋଗଦେଇ ସଫଳତା ଆଣିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଦିଗଦର୍ଶନରେ ଜିଲ୍ଲାରୁ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ତର୍କ, ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, କ୍ୱିଜ, ଚିତ୍ରାଙ୍କନ, ଏକକ ଓ ଦଳଗତ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜିଲ୍ଲାରୁ ୧୩ ଜଣ ପୁରସ୍କୃତ ହୋଇଥିବା ବେଳେ ୭ ଜଣ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।
କନିଷ୍ଠ ଓ ବରିଷ୍ଠ ଉଭୟ ବିଭାଗରେ ବକ୍ତୃତାରେ କିରଣ ଦାଶ ତୃତୀୟ, ଅଭିପ୍ସା ସାହୁ ପ୍ରଥମ, ପ୍ରବନ୍ଧରେ ସତ୍ୟଜିତ ବେହୁରା ଦ୍ଵିତୀୟ, ପ୍ରଲିପ୍ତ ସାହୁ ତୃତୀୟ, ତର୍କରେ ପ୍ରତୀକ୍ଷା ଦାସ ଦ୍ଵିତୀୟ, ଭାସ୍କର ସାହୁ ଦ୍ଵିତୀୟ, ଏକକ କଣ୍ଠସଂଗୀତରେ ଶିଖା ଶୁଭସ୍ମିତା ପ୍ରଥମ, ଏକକ ଲୋକନୃତ୍ୟ ଅନ୍ୱେଷା ନାୟକ ପ୍ରଥମ, ହେମାଙ୍ଗିନି ପାଣିଗ୍ରାହୀ ପ୍ରଥମ, ଏକକ ଶାସ୍ତ୍ରୀୟ ନୃତ୍ୟ ପଲକ କୁମାର ପ୍ରଥମ, ଦଳଗତ ଲୋକନୃତ୍ୟରେ ଓଏଭି ମଦନପୁର ପ୍ରଥମ, କୁଇଜରେ ଭାସ୍କର ସାହୁ ଦ୍ଵିତୀୟ, କବିତା ଆବୃତ୍ତି ଅରିଂଦମ ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୧୩ ଓ ୧୪ ତାରିଖ ଧରି ଦୁଇ ଦିନ ଏହା ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୋପଦାର ଅଭିନନ୍ଦନ ଜଣେଇଛନ୍ତି ।