ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭବାନୀପାଟଣା ସ୍ଥିତ ଏସଏନ କଲ୍ୟାଣ ମଣ୍ଡପ ଠାରେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଭାରୀ ଶଶାଙ୍କ ରାଜଜୀ ଯୋଗଦେଇ ଦଳକୁ ତୃଣମୂଳ ସ୍ତରରୁ ଅଧିକ ଶଶକ୍ତ କରିବାକୁ ଆହ୍ବାନ ଦେଇଥିଲେ । ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିପଜ୍ୟୋତି ମୁଣ୍ଡ, ଜିଲ୍ଲା ପ୍ରଭାରୀ ପ୍ରିତେଶ ବହିଦାର, ରାଜ୍ୟ ସଂଯୋଜକ ହିମାଂଶୁ ପଣ୍ଡା, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ କୁମାର ସାହୁ, ଭାରତ ଭୁଷଣ, ଯୁଗଳ ପୋଢଙ୍କ ସମେତ କଳାହାଣ୍ଡି ଜିଲ୍ଲା ୪୦ ଟି ମଣ୍ଡଳର ଯୁବମୋର୍ଚ୍ଚା ପଦାଧିକାରୀ, ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଗାମୀ ଜନ୍ମଦିନ ଅବସରରେ ଏକି ରକ୍ତଦାନ ଶିବିରର ଆୟୋଜନ, ସେବା ସପ୍ତାହ ପାଳନ, ସମସ୍ତ ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଓ ସଙ୍ଗଠନକୁ ମଜବୁତ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ବିଷୟ ବୈଠକରେ ଆଲୋଚନା ହୋଇଥିଲା । ସାଧାରଣ ସଂପାଦକ ନରହରି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଯାଜ୍ଞସେନ ପଣ୍ଡା, ମିଳନ ସାହୁ, ବିକାଶ ଦତ୍ତ ପ୍ରମୁଖ ସହଯୋଗ କରିଥିଲେ ।