ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦେଶର ସମସ୍ତ କ୍ଷେତ୍ରରେ ମେକ୍ ଇନ ଇଣ୍ଡିଆ ତଥା ସ୍ବଦେଶୀ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଆଣିବା ଓ ଦେଶକୁ ବିକଶିତ କରିବା ଉଦେଶ୍ୟରେ ଆଜି କୋକସରା ବ୍ଲକ ସିଉନି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ବିକାଶ ଦିବସ ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଗଣେଶ ଚନ୍ଦ୍ର ସରାବୁ ଯୋଗଦେଇ ଦେଶର ବିକାଶ ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରମେଶ୍ୱର ଦିଶାରୀ, ବରାଡ଼ଙ୍ଗା ସମିତି ଗୁପ୍ତେଶ୍ୱର ବାଗ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ଦୁର୍ମାନ୍ୟା ଶବର ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସିଉନି କ୍ରିୟାନୁଷ୍ଠାନ କମିଟି ସଭାପତି ଭୁବନେଶ୍ୱର ଦିଶାରୀ ଥବିର ନାଏକ ସହ ସମସ୍ତ ସଭ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।