ଜ୍ୟୋତିଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଜ୍ୟୋତିଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ସରିଆଁ ଅଞ୍ଚଳର ବିଶିଷ୍ଟ କ୍ରିଡ଼ାବିତ୍ ତଥା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଜ୍ୟୋତିଷ ଭୋଇ ଗତ କିଛି ମାସ ତଳେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ସ୍ମୃତିରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ପକ୍ଷରୁ ଆୟୋଜିତ ହୋଇଛି ଜ୍ୟୋତିଷ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ।

ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଓ ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ କୁମାର ଧଙ୍ଗଡାମାଝୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଜଗୁଲାଲ ଭୋଇ, ପଞ୍ଚାୟତ ହାଇସ୍କୁଲ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସାଧାରଣ ସମ୍ପାଦକ ମିଲନ କୁମାର ଭୋଇ ଓ ଅନୁଷ୍ଠାନର ସଭ୍ୟମାନେ ଉପସ୍ଥିତ ଥିଲେ ।

ଉଦଘାଟନୀ ମ୍ୟାଚ୍ ଚିଚର୍ଲା ଓ ରୁପ୍ରା ମଧ୍ୟରେ ଆୟୋଜିତ ହୋଇଥିଲା । ଏହି କ୍ରିଡ଼ା ପ୍ରତିଯୋଗିତା ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି । ଶାରଦୀୟ ପାର୍ବଣର ଶୁଭ ଅବସରରେ ଆରମ୍ଭ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତା ଦେଖିବା ପାଇଁ ଅଞ୍ଚଳର ଶହ ଶହ କ୍ରିଡ଼ାପ୍ରେମୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.