ଧର୍ମପରାୟଣ ମହିଳା ଲାବାଣ୍ୟ ଦେବୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଗୈାନ୍ତିଆଣି ଲାବଣ୍ୟ ଦେବୀ ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଘଣ୍ଟିଗୁଡାର ଗୈାନ୍ତିଆ ସ୍ବର୍ଗତ ଘାସିରାମ ନାଏକଙ୍କ ଧର୍ମପତ୍ନୀ ଭାବେ ଅଞ୍ଚଳର ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ । ସରଳ ଜିବନ ଯାପନ ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ସେ ବିଶେଷ ଗୁରୁତ୍ବ ଦେଉଥିଲେ । ଜଣେ ଧର୍ମପରାୟଣ ମହିଳା ହେବାସହ ସେ ସମସ୍ତଙ୍କ ଦୁଃଖରେ ସମଭବାପନ୍ନ ହୋଇଥିବାରୁ ସମସ୍ତଙ୍କ ପ୍ରିୟ ଭାଜନ ହେଉଥିଲେ । ଶତାଧିକ ଗ୍ରାମବାସୀ ତାଙ୍କ ଶେଷ କୃତ୍ୟରେ ସାମିଲ ହୋଇଥିଲେ । ଦୁଇ ପୁତ୍ର ଜୟଲାଲ ନାଏକ ଏବଂ ଜୟରାମ ନାଏକ ମୁଖାଗ୍ନୀ ଦେଇ ଥିଲେ । ତାଙ୍କର ଏକମାତ୍ର ଝିଅ ସୁଲୋଚନା ନାଏକ ଅନ୍ତେଷ୍ଠି କ୍ରିୟାରେ ସାମିଲ ହୋଇଥିବା ବେଳେ ଉପସ୍ଥିତ ଗ୍ରାମବାସୀ ଶୋକାକୁଳ ପରିବାରକୁ ସ୍ବାନ୍ତନା ଦେବା ସହିତ ସମବେଦନା ଜଣାଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.