ବୁଢାରଜା ସେବା ସଙ୍ଗଠନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବେହେରାମାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଢାରଜା ସେବା ସଂଗଠନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁରର ମିଳିତ ପ୍ରୟାସରେ ପ୍ରଥମ ଥର ପାଇଁ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶିବିରରେ ସର୍ବମୋଟ ୧୬୦ ଜଣ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୭୨ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ୭୨ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ବସ ଯୋଗେ ଚିକିତ୍ସାଳୟକୁ ପଠାଯାଇଛି ।

Udyog Nursery
Udyogi Nursery

ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର ଡା. ସୁଜିତ ଥପାଙ୍କ ମିଳିତ ଟିମ ଯୋଗଦାନ କରି ଚକ୍ଷୁ ପରୀକ୍ଷା କରିଥିବା ବେଲେ ବୁଢାରଜା ସେବା ସଂଗଠନର ସଭାପତି ଗୋପବନ୍ଧୁ ପଧାନ, ଉମାକାନ୍ତ ନାଏକ, ରଞ୍ଜିତ ବେହେରା, ଶେଷଦେବ ପାଣ୍ଡେ, ଶେଷଦେବ ସାହୁ, ଅଜିତ ଗର୍ତିଆ, ଦୀନବନ୍ଧୁ ଶିକା, ସୁନୀଲ ପଧାନ, ପ୍ରମୁଖ ସଭ୍ୟମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.