ନର୍ଲାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଏବଂ ସାହିତ୍ୟ ଅନୁଷ୍ଠାନ ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ନିକଟସ୍ଥ ଯାଦବ ଭବନଠାରେ ଅପରାହ୍ନ ୪ ଘଣ୍ଟା ସମୟରେ କନ୍ଧ ସଂସ୍କୃତି ଗବେଷକ ମେଡିନିଧର ଜାନୀଙ୍କ ସଭାପତିତ୍ୱରେ ଅଞ୍ଚଳର ବୁଦ୍ଧିଜୀବୀ ସାହିତ୍ୟିକ କୁମୁଦ ଚନ୍ଦ୍ର ନାଏକ, କବି ମଧୁସୂଦନ ରାଉତ, ଅରୁଣ ପ୍ରଧାନୀ, ନଗେନ୍ଦ୍ର ପଧାନ ପ୍ରମୁଖ ଏକ ବୈଠକ କରି ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରିବା ସହିତ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରିଛନ୍ତି । ପ୍ରଥମେ ସଭାପତି ଶ୍ରୀ ଯାନୀ ବିଘ୍ନରାଜ ଗଣେଶଙ୍କ ଫଟୋ ଚିତ୍ରରେ ଦୀପ, ଧୂପ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଗଣେଶ ପୂଜନ ପରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ମଧ୍ୟ ଉପସ୍ଥିତ ସମସ୍ତ ସଦସ୍ୟ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ଗଣେଶ ଓ ଗୋପବନ୍ଧୁଙ୍କ ପୂଜନ ପରେ ସଭାପତି ଶ୍ରୀ ଯାନୀ ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଏହାପରେ ସାହିତ୍ୟ ଚକ୍ରର ଆଲୋଚନା ହୋଇଥିଲା । ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଏକ ସାହିତ୍ୟ ସଂସଦ ଗଠନ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଏଣୁ ଗୋପବନ୍ଧୁଙ୍କ ଜନ୍ମ ତିଥିରେ ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନାମକ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରାଯାଇଥିଲା । ଏଥିର ସଭାପତି ଭାବରେ ସର୍ବ ସମ୍ମତି କ୍ରମେ ମେଦିନିଧର ଜାନୀଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବରେ କୁମୁଦ ଚନ୍ଦ୍ର ନାଏକ, ମୁଖ୍ୟ ସମ୍ପାଦକ ଭାବରେ କବି ମଧୁସୂଦନ ରାଉତ, ସହ ସମ୍ପାଦକ ଭାବରେ ଶିକ୍ଷାବିତ୍ କ୍ଷୀତିଶ ଚନ୍ଦ୍ର ମାଝୀ ଓ ସଦସ୍ୟ ଭାବରେ କବି ଅରୁଣ ପ୍ରଧାନୀ, ପିତାମ୍ବର ଗଉଡ଼ ଏବଂ ନଗେନ୍ଦ୍ର ପଧାନଙ୍କୁ ମନୋନୀତ କରାଯାଇଥିଲା । ଗଗନ ବିହାରୀ ସା ଏଭଳି ଏକ ମହତ ସଂଗଠନ ଗଠନ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ନଗେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.