ଓଏଏସ୍ ପାଇଲେ ବିଷ୍ଣୁ ଗୋବିନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତଥା ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ଛାତ୍ର ବିଷ୍ଣୁ ଗୋବିନ୍ଦ ଓଏଏସ୍ ପାଇଛନ୍ତି । ପିତା ଗୋପାଳକୃଷ୍ଣ ବାରିକ ଏବଂ ମାତା ଗୀତାଞ୍ଜଳୀ ବେହେରାଙ୍କ ପୁତ୍ର ବିଷ୍ଣୁ ମ.ରାମପୁରରେ ରହି ନିଜ ଛାତ୍ର ଜୀବନ ଅତିବାହିତ କରିଥିଲେ । ତାଙ୍କରି ବାପା ଏଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ । ପରବର୍ତ୍ତୀ ସମୟରେ ବିଷ୍ଣୁ ଗୋବିନ୍ଦ ଭୁବନେଶ୍ୱର ବିଜେବି ଜୁନିଅର କଲେଜରେ ଯୁକ୍ତ ଦୁଇ, ଭୁବନେଶ୍ୱର ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜିରେ ଇଞ୍ଜିନିୟରିଂ ପାଶ୍ କରିବା ପରେ ଇନଫୋସିସ୍ ଏବଂ ଟିସିଏସ୍ ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୧୮ ମସିହାରେ ଓସିଏସ୍‌ରେ ୭୬ ରାଙ୍କ ରଖି ପାଶ କରିବା ସହିତ ସହକରୀ ଜିଏସଟି ଅଫିସର ଭାବରେ କେନ୍ଦ୍ରାପଡ଼ାରେ କାର୍ଯ୍ୟ କରୁଛନ୍ତି । ତେବେ ସେ ପୁଣିଥରେ ଚଳିତ ଥର ଓପିଏସସି ପରୀକ୍ଷାରେ ୭୪ ରାଙ୍କ ରଖି କୃତକାର୍ଯ୍ୟ ହେଇଛନ୍ତି । ଏଭଳି ଏକ ପରୀକ୍ଷାରେ ଦୁଇ ଥର ସଫଳତାର ସହିତ ପାଶ୍ କରିଥିବାରୁ ନିଜେ ଖୁବ୍ ଖୁସି ଥିବା ସହିତ ଏହି ସଫଳତାର ଶ୍ରେୟ ନିଜର ପିତା ମାତା, ଗୁରୁଜୀ ଗୁରୁମା, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ମ.ରାମପୁରରେ ଖୁସିର ଲହରୀ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.