T20 ବିଶ୍ବକପ୍: ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ

ଓଡ଼ିଆ ବାର୍ତ୍ତା/ ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି। ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ହୋଇଥିଲା। କୋହଲିଙ୍କ ଧର୍ଯ୍ୟପୂର୍ଣ୍ଣ ଅପରାଜିତ ଅର୍ଦ୍ଧଶତକ ବିଜୟର ସାଥ୍ ଦେଇଥିଲା। ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍‌ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୮୨ରନ୍(୫୩ବଲ୍, ୬ ଚୌକା, ୪ଛକା), ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍(୩୭ ବଲ୍, ୧ ଚୌକା, ୨ ଛକା), ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ହରିସ ରୌଫ ଓ ମହମ୍ମଦ ନୱାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନସୀମ ଶାହ ଗୋଟିଏ ୱିକେଟ ନେଇଥିଲେ।

Omkar Vasthu
Omkar Vasthu

ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଏକଦା ଭାରତୀୟ ଟିମ୍‌ ୩୧ ରନ୍‌ରେ ଚତୁର୍ଥ ଓ୍ୱିକେଟ ହରାଇଥିଲା। ଶେଷ ୩ ଓଭରରେ ୪୮ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମେଲବର୍ଣ୍ଣରେ ୯୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଆସିଥିଲେ। ପାକିସ୍ତାନ ବିପକ୍ଷରେ ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଛି। ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଏହି ବିଜୟକୁ ନେଇ ଉତ୍ସବ ପାଳନ କରିଛନ୍ତି। ବିଜୟ ସହ ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.