ଦି ଇନିସିଏଟିଭ ପକ୍ଷରୁ ମାସିକ ଆଲୋଚନା ଚକ୍ର ‘ଓଡ଼ିଆ ସାହିତ୍ୟରେ ମହୁରୀ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ବିକାଶର ଧାରାକୁ ଆଗକୁ ପ୍ରବାହିତ କରିବାର ଏକ ସୁପରିବାହୀ ସଂଗଠନ ‘ଦି ଇନିସିଏଟିଭ’ । ଭବାନୀପାଟଣା ସ୍ଥିତ ଯୋଜନା ଓ ସମନ୍ନୟ ବିଭାଗର ଉପ-ନିର୍ଦ୍ଦେଶକଙ୍କ କନ୍ଫରେନ୍ସ ହଲ ଠାରେ କଳାହାଣ୍ଡି ବିକାଶର ଅଗ୍ରଣୀ ପ୍ଲାଟଫର୍ମ ‘ଦି ଇନିସିଏଟିଭ’ ପକ୍ଷରୁ ‘ଓଡ଼ିଆ ସାହିତ୍ୟରେ ମହୁରୀ’ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିର ସାହିତ୍ୟକୁ ଅନୁଶୀଳନ କଲେ ମହୁରୀର ଅତୁଳନୀୟ । ମହୁରି ପତ୍ରିକା ଓଡ଼ିଆ ସାହିତ୍ୟର ଏକ ମଶାଲ । ଦୀର୍ଘ ୧୪ବର୍ଷର ଯାତ୍ରା ଓଡ଼ିଆ ସାହିତ୍ୟରେ କଳାହାଣ୍ଡିର ସାହିତ୍ୟକୁ ଅନେକ ମାତ୍ରାରେ ଉଜାଗର କରିବାର ପ୍ରୟାସ କରିଛି । ଏଥିପାଇଁ ଅନେକ ଝଡଝଞ୍ଜା ଅତିକ୍ରମ କରିବାକୁ ପଡିଛି । ସକାରାତ୍ମକ ସାହିତ୍ୟ ସୃଷ୍ଟି ଦିଗରେ ଏହା ଯେତିକି ସଚେତନ, ଯୁବ ସାହିତ୍ୟିକଙ୍କୁ ଉତ୍ସାହିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ବୋଲି ଏହି ଆଲୋଚନାଚକ୍ରର ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଯୋଜନା ଓ ସମନ୍ୱୟ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଆଲୋଚକ ସୁକାନ୍ତ ସାହୁ ମଞ୍ଚାସିନ ଥିଲେ । ସଭାପତିତ୍ୱ କରିଥିଲେ ‘ଦି ଇନିସିଏଟିଭ’ର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ । ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଉପାଧ୍ୟକ୍ଷ ନିଲ ସିଂଦେଓ । ସଭା ପରିଚାଳନା କରିଥିଲେ ଡ. ତପନ ରଥ, ବିରଞ୍ଚି ମୁଣ୍ଡ ଓ ଡିଲେଶ୍ୱର ରଣା । ଧନ୍ୟବାଦ ଦେଇଥିଲେ ‘ଦି ଇନିସିଏଟିଭ’ର ଉପାଧ୍ୟକ୍ଷ ପ୍ରଦୀପ ଦାସ । ଏଥିରେ ଇଂଜିନିୟରିଂ କଲେଜ ଅଧ୍ୟାପିକା ପ୍ରିୟା ଶଶୀଧରନ, ସୁବେଦିତା ପଟ୍ଟନାୟକ, ସମ୍ପାଦକ ସଚିନ ଜୈନ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି, କବି ସକିତ ରତେ, ଦୀପ୍ତି ମୁଣ୍ଡ, ଆନନ୍ଦିନୀ ପାତ୍ର, ସବିତା ଶତପଥୀ, ସୁଦେଷ୍ଣା ପଣ୍ଡା, ସଂଜୀବ ପଣ୍ଡା, ସ୍ନେହା ଶୁକ୍ଳା, ଅଶେଶ୍ୱର ବାଗ, ଚକ୍ର ସେଠୀ, ସୀତାରାମ ନାୟକ, କିଶନ ଶର୍ମା, ମଧୁସୂଦନ ନାଗ,ଲବଣି ମହାନନ୍ଦ, ଶିକ୍ଷକ ଧନଞ୍ଜୟ ସାହୁ, ପ୍ରତାପ ପଣ୍ଡା, ଚିତ୍ତ ସାହୁ, ଖୁସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.