ତାଳୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ତାଳୁକ ଆଇନ ସେବା ସମିତି ପକ୍ଷରୁ ସୋମବାର ସଦର ମହକୁମା ସରକାରୀ ଜବାହର ଉଛ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ ହୋଇଯାଇଛି। ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ରୀତିକା ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କୋକସରା ତାଳୁକା ଆଇନ ସେବା ସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ କୋକସରା କୋର୍ଟର ସରକାରୀ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। କୋକସରା ବାର ଆସୋସେସନର ସଭାପତି ରସିକରାଜ ଦୁର୍ଗା, ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରୀ, ଲଳିତ କୁମାର ଦାସ, ମାନସ ରଞ୍ଜନ ସିଂ, ପ୍ରେମଲାଳ ସିଂ, ଲକ୍ଷ୍ମୀଧର ମେହେର, ପ୍ରିୟରଞ୍ଜନ ବେହେରା, ସୁଜିତ ପଟ୍ଟନାୟକ, ଜଗା ପଟ୍ଟନାୟକ ସମେତ କୋକସରା କୋର୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଖେଳେ ଶିକ୍ଷକ ଅମିତ କୁମାର ମହାନ୍ତି, ଶିକ୍ଷକ ହେମନ୍ତ କୁମାର ମାଝୀ, ଶିକ୍ଷୟତ୍ରୀ ସୀମା ରାଣୀ ସିଂ, ଶିକ୍ଷୟତ୍ରୀ ରଶ୍ମିତା ନିଆଲ, କିରାଣୀ ସୁଶାନ୍ତ ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.