ଉଲିକୁପା ଆଦିବାସୀ ଛାତ୍ରୀ ନିବାସର ଉଦଘାଟନୀ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ଉଲିକୁପା ଉଚ୍ଚ ବିଦ୍ୟାଳୟ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ କୋଠାର ଶୁଭ ଉଦ୍ଘାଟନ ହୋଇଯାଇଛି । ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସଂ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମନ୍ଵିତ ଆଦିବାସୀ ସଂସ୍ଥା ଅଧିକାରୀ ବିରଞ୍ଚି ନାରାୟଣ ଦରୁଆନ ପ୍ରମୁଖ ଯୋଗଦେଇ ଆଦିବାସୀ ଛାତ୍ରୀ ନିବାସ ପାଇଁ ନିର୍ମିତ ନୂତନ ଭବନର ଶୁଭ ଉଦ୍ଘାଟନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ବିକାଶ ସ୍ବପ୍ନକୁ ସାକାର କରିବା ପାଇଁ ଆମେ ବଦ୍ଧ ପରିକର ବୋଲି ଏହି ଅବସରରେ ନର୍ଲା ବିଧାୟକ ଓ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu


ଅନ୍ୟମାନଙ୍କ ମଧ୍ୟରେ ଉଲିକୁପା ସରପଞ୍ଚ ଦିପାଞ୍ଜଳୀ ଶବର, ସମିତି ସଭ୍ୟା ନିଲାନ୍ଦ୍ରୀ ସାହୁ, ନାଏବ ସରପଞ୍ଚ ରିତା ମାଝୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ପ୍ରଧାନଶିକ୍ଷକ ଭବାନୀଶଙ୍କର ନାଏକ, ପୂର୍ବତନ ସରପଞ୍ଚ ଆନନ୍ଦ ମାଝୀ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଦେବେନ୍ଦ୍ର ଶବର, ଶିକ୍ଷକ ପର୍ଶୁରାମ ସାହୁଙ୍କ ସମେତ ଦମୟନ୍ତୀ ମାଝୀ, ଚନ୍ଦ୍ରିକା ରଣା, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶିକ୍ଷକ ଗଙ୍ଗାନାରାୟଣ ଦାଶ ଓ ବିକ୍ରମ ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଦୀର୍ଘଦିନ ପରେ ଆଦିବାସୀ ଅଧ୍ୟୁଷିତ ଉଳିକୁପା ଭଳି ଏକ ପଛୁଆ ଅଞ୍ଚଳରେ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଭବନ ନିର୍ମିତ ହୋଇପାରିଥିବାରୁ ଅଞ୍ଚଳବାସୀ ଖୁସୀ ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.