ପରଲୋକରେ ବିଜେଡ଼ି ନେତା ଶରତ ଚନ୍ଦ୍ର ପୁଝାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଡମକର୍ଲାଖୁଣ୍ଟା ପଞ୍ଚାୟତର ପାଜିବହାଲି ଗ୍ରାମ ସ୍ଥିତ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି ବିଶିଷ୍ଟ ବିଜେଡି ନେତା  ଶରତ ଚନ୍ଦ୍ର ପୁଝାରୀ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ଚଞ୍ଚଳା ପୂଝାରୀ, ବଡ଼ ପୁଅ ଆଶିଷ, ସାନ ଝିଅ ତନିଶା, ପୁତୁରା ଗିରି ପୁଝାରୀ, ଗୋବର୍ଦ୍ଧନ ପୁଝାରୀ ଓ ସପରିବାର ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ସ୍ବର୍ଗତ ପୁଝାରୀ ଜଣେ ଦରଦୀ ଜନନେତା ଥିଲେ। ଡମକର୍ଲାଖୁଣ୍ଟା ଠାରେ ନୂତନ ପଞ୍ଚାୟତ ସ୍ଥାପନ କରାଇବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେ ଦୁଇ ଦୁଇ ଥର ସରପଞ୍ଚ ହୋଇଥିଲେ। ମଦନପୁର ରାମପୁର ଅଞ୍ଚବାସୀଙ୍କ ପ୍ରିୟ ନେତା ଥିଲେ ଶରତ ଚନ୍ଦ୍ର ପୁଝାରୀ। ତାଙ୍କର ଶେଷ କୃତ୍ୟ ସମୟରେ ମ.ରାମପୁରରୁ ଗୋବିନ୍ଦ ଶତପଥୀ, ପ୍ରଦୀପ ପାଣିଗ୍ରାହୀ, ନବୀନ ପଧାନ, କୀର୍ତ୍ତନ ସାହୁ, ଚିତ୍ତରଞ୍ଜନ ବାଗ, ଭଗବାନ ଭୋଇଙ୍କ ସମେତ ସୁଦାମ ପାତ୍ର, ବିଜୟ ସାହୁ, ରାମ ଚନ୍ଦ୍ର ପଧାନ, ରାଜୀବ ପୂଝାରୀ, ଦୁଃଶାସନ ସାହୁ, ମହାଦେବ ଛତ୍ରିଆ, ଭଜ ଛତ୍ରିଆ, ଜଗଦୀଶ ଦିପ, ହେମରଜ୍ ସାହୁ, ମନୋହର ପାତ୍ର, ବିଘ୍ନ ଚରଣ ଜେନା, ଲିଙ୍ଗରାଜ ବିଭାର, ବଲଦେବ ସାହୁ, ମଣ୍ଟୁ ପୁଝାରୀ, ଫାଲଗୁନି ପୁଝାରୀ, ଗୁରୁ ଧଙ୍ଗଡାମାଝି, ନିରଞ୍ଜନ ସରାପ, ଫକିର ରଣା, ଗୁଣନିଧି ଧରୁଆ, ଜୟନ୍ତ, ଛତ୍ରିଆ, ମନୋଜ ସାହୁ, ନିରଞ୍ଜନ ସାହୁ, ଲବ ଛତ୍ରିଆ, କୁନୁ ଛତ୍ରିଆ, ବାବୁଲା ଧଙ୍ଗଡାମାଝୀ, ଲୋଚନ ଭୋଇ, ଗୋବିନ୍ଦ ଧାରୁଆ, ସୁଦାମ ଛତ୍ରିଆ, ଗିରି ପାତ୍ର ଓ ଅଞ୍ଚଲର ହଜାର ହଜାର ଲୋକ ଉପସ୍ଥିତ ଥିଲେ। ବଡ଼ ପୁଅ ଆଶିଷ ମୁଖାଗ୍ନୀ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.