ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ଋଷ ସୈନିକଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ମସ୍କୋ: ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ଋଷ ସୈନିକଙ୍କ ଜୀବନ। ୟୁକ୍ରେନ ମିସାଇଲ୍ ଆକ୍ରମଣରେ ଏମାନଙ୍କର ଜୀବନ ଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯବାନଙ୍କର ମୃତ୍ୟୁ ନେଇ ଋଷ ସରକାରଙ୍କୁ କିଛି ସମାଲୋଚନା କରିବା ପରେ ବୁଧବାର ପ୍ରତିରକ୍ଷମନ୍ତ୍ରାଳୟ ପକ୍ଷରୁ ଏହି ବୟାନ ଜାରି କରାଯାଇଛି। ମିଳିଥିବା ଖବର ଅନୁସାରେ ୟୁକ୍ରେନ ଅଧିକାର ଅଭିଯାନ ଅଧା ରହୁଥିବାରୁ ଋଷରେ ପୁଟିନଙ୍କ ସମାଲୋଚନା ତୀବ୍ର ହେଉଛି। ଗତ ସପ୍ତାହ ଶେଷରେ ୬୩ ଋଷ ସୈନିକଙ୍କ ମୃତ୍ୟୁ ଖବର ଆସିବା ପରେ ମସ୍କୋରେ ବିରୋଧ ତେଜିଥିଲା। ପୁଟିନଙ୍କ ଅପେକ୍ଷା ସେନା କମାଣ୍ଡରଙ୍କୁ ବିରୋଧ କରିଥିଲେ ଋଷ ଲୋକେ। ଗଣମାଧ୍ୟମ ଏଜେନ୍ସି ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ, ଋଷ ଅକ୍ତିଆରରେ ଥିବା ପୂର୍ବାଞ୍ଚଳ ୟୁକ୍ରେନ୍‌ ଡୋନାସ୍କର ମକିବକାରେ ସହରରେ ଥିବା ଏକ କଲେଜରେ ଋଷର ଅସ୍ଥାୟୀ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ୍। ୪ଟି ମିସାଇଲ ମାଡ଼ କରିଥିଲା। ଏଥିରେ ୬୩ ଜଣ ଋଷ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଋଷୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିଲା। ବୁଦ୍ଧିଜୀବୀ ପୁଟିନ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାପରେ ଚାପରେ ଆସି ପୁଟିନ ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଏଥିରେ ସୈନିକମାନେ ବେଆଇନ୍‌ ଭାବେ ମୋବାଇଲ୍‌ ଫୋନ୍ ବ୍ୟବହାର କରିବାରୁ ୟୁକ୍ରେନ୍‌ ଟ୍ରାକ୍ କରି ମିସାଇଲ ମାଡ଼ କରିଥିଲା ବୋଲି ଜଣାପଡ଼ିଛି। ଆଜି ଏନେଇ ଋଷ ପ୍ରତିରକ୍ଷାମନ୍ତ୍ରାଳୟ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.