ବଢ଼ିଲା ପାଣ୍ଡ୍ୟାଙ୍କ ପାରା, ଶେଷ ଓଭରର ନିଷ୍ପତ୍ତି ପାଇଁ ପଲଟିଗଲା ବାଜି

ଓଡ଼ିଆ ବାର୍ତ୍ତା/ ଓ୍ବାଙ୍ଖଡେ: ମୁମ୍ବାଇ ୱାଙ୍ଖଡେ ଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚର ଶେଷ ଓଭରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ମ୍ୟାଚ ଶ୍ରୀଲଙ୍କା ହାତରେ ଥିବା ବୋଲି ଲାଗୁଥିଲା । ହେଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତି ଓ ବୋଲର ଅକ୍ଷର ପଟେଲଙ୍କ ବୋଲିଂ ଦଳକୁ ଜତିବାରେ ଗୋଟିଏ ବଡ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ଶେଷ ଓଭରରେ ୬ ଟି ବଲରେ ୧୩ ରନ୍, ୫ଟି ବଲରେ ୧୧ ରନ୍, ୩ଟି ବଲରେ ୫ ରନ୍ ଏବଂ ଶେଷ ବଲରେ ୪ ରନ୍, ଶେଷ ଓଭରର ପାରା ଏଭଳି କିଛି ବୃଦ୍ଧି ପାଇଥିଲା। ଶେଷ ଓଭରରେ ଶ୍ରୀଲଙ୍କା ମଧ୍ୟ ମ୍ୟାଚ ଜିତିବାକୁ ସମସ୍ତ ଶକ୍ତି ଲଗାଇ ଦେଇଥିଲା । କିନ୍ତୁ ଅକ୍ଷର ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଶେଷ ବଲରେ ମ୍ୟାଚର ଫଳାଫଳ ପରିବର୍ତ୍ତନ କରି ଦେଇଥିଲେ। ଏହି ବିଜୟ ଶ୍ରୀଲଙ୍କାର ମୁହୁଁରୁ ଛଡ଼ାଇ ଆଣିଥିଲା ଭାରତ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତି ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା।

Omkar Vasthu
Omkar Vasthu

ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କାକୁ ୧୬୩ ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଶ୍ରୀଲଙ୍କାର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା ଏବଂ ଅଧା ବ୍ୟାଟସମ୍ୟାନ ୬୮ ରନରେ ପାଭିଲିୟନକୁ ଫେରିଯାଇଥିଲେ। ଏହା ପରେ ମଧ୍ୟ ଶ୍ରୀଲଙ୍କାର ୱିକେଟ୍ ନିୟମିତ ବ୍ୟବଧାନରେ ଖସିଥିଲା, କିନ୍ତୁ ଅଧିନାୟକ ଶାନାକାଙ୍କ ୪୫ ରନ୍, ହାସରାଙ୍ଗାଙ୍କ ୨୧ ରନ୍ ଏବଂ ଚାମିକା କରୁଣାତ୍ନେଙ୍କ ଅପରାଜିତ ୨୩ ରନ୍ ଯୋଗୁଁ ଶ୍ରୀଲଙ୍କା ମ୍ୟାଚକୁ ଫେରିବ ବୋଲି ଆଶା ରଖିଥିଲା। ଶେଷ ଓଭରରେ ଶ୍ରୀଲଙ୍କା ୧୩ ରନ୍ ଆବଶ୍ୟକ କରିଥିଲା। ଉଭୟ ଶିବିର ମ୍ୟାଚ ଜିତିବାକୁ ଫୁଲ ଦମରେ ଲାଗି ପଡିଥିଲେ । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭର ପାଇଁ ସେ ଅକ୍ଷର ପଟେଲଙ୍କ ହାତରେ ବୋଲ୍ ଦେଇଥିଲେ। ସେ ପ୍ରଥମ ୨ ଓଭରରେ ଅନେକ ରନ୍ ଦେଇଥିଲେ। ଏହା ସତ୍ତ୍ୱେ ପାଣ୍ଡ୍ୟା ପଟେଲଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। ଆଉ ଇଶାନ କିଶନ, ପାଣ୍ଡ୍ୟା ଏବଂ ପଟେଲଙ୍କ ମଧ୍ୟରେ ଏକ ଦୀର୍ଘ ବାର୍ତ୍ତାଳାପ ହୋଇଥିଲା ଏବଂ ଏହି ବାର୍ତ୍ତାଳାପ ପରେ ପୁରା ମ୍ୟାଚ୍ ଓଲଟପାଲଟ ହୋଇଗଲା। ପଟେଲଙ୍କ ଚତୁର୍ଥ ବଲଟି ଏକ ଡଟ ଥିଲା। ରଣଜିତା ୫ମ ବଲରେ ଆଉଟ୍ ହୋଇଥିଲେ। ଏହି ୱିକେଟ୍ ପରେ ଶ୍ରୀଲଙ୍କା ଜିତିବା ପାଇଁ ଶେଷ ବଲରେ ୪ ରନ୍ ଆବଶ୍ୟକ କରୁଥିଲା। ସମସ୍ତଙ୍କ ଆଖି ପଟେଲଙ୍କ ଉପରେ ଥିଲା। ଅକ୍ଷର ପଟେଲ ଶେଷ ବଲରେ ବାଉଣ୍ଡ୍ରି ମାରିବାକୁ ସୁଯୋଗ ଦେଇନଥିଲେ। ଦୁଇ ରନ ନେବାକୁୁ ଚେଷ୍ଟା କରୁଥିବାବେଳେ ଦିଲଶାନ୍ ଆଉଟ୍ ହୋଇଯାଇଥିଲେ ଏବଂ ଶ୍ରୀଲଙ୍କାର ପୁରା ଇନିଂସ ୧୬୦ ରନରେ ଅଟକି ଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.