ଏହିସବୁ କମ୍ପ୍ୟୁଟରରେ କାମ କରିବନି କ୍ରୋମ ବ୍ରାଉଜର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଣିକି ଅନେକ କମ୍ପ୍ୟୁଟରରେ କାମ କରିବନି ଗୁଗଲ କ୍ରୋମ୍। କାରଣ ନୂଆ ବର୍ଷରେ ଗୁଗଲ କ୍ରୋମର ନୂଆ ବର୍ଜନ ଲଞ୍ଚ୍ କରିବ କମ୍ପାନୀ। ଆଉ ନୂଆ ଭର୍ଜନ ଲଞ୍ଚ କରିବା ସହ ପୁରୁଣା ଭର୍ଜନ କିଛି କମ୍ପ୍ୟୁଟର କାମ କରିବା ବନ୍ଦ କରିଦେବ। ଏକ ଟେକ୍ ରିପୋର୍ଟର ସୂଚନା ଅନୁସାରେ, ୭ ଫେବ୍ରୁଆରୀ ୨୦୨୩ରେ କମ୍ପାନୀ କ୍ରୋମର ୧୧୦ ଭର୍ଜନକୁ ଅସ୍ଥାୟୀ ରୂପେ ଲଞ୍ଚ୍ କରିବ। ଆଉ ନୂଆ ଲଞ୍ଚ୍ ସହିତ ପୁରୁଣା ଭର୍ଜନରେ ସପୋର୍ଟ ବନ୍ଦ କରିଦିଆଯିବ। ଗଗୁଲର ସପୋର୍ଟ ପେଜ୍‌ ଅନୁସାରେ, କ୍ରୋମର ୧୦୯ ଭର୍ଜନ କେବଳ ମାଇକ୍ରୋସଫ୍ଟ ଅଫରେଟିଂ ସିଷ୍ଟମ ୱିଣ୍ଡୋଜ୍-୭ ଓ ୱିଣ୍ଡୋଜ୍ ୮.୧ କୁ ସପୋର୍ଟ କରୁଥିଲା। ଏବେ ଏହା ବନ୍ଦ ହୋଇଯାଇପାରେ। ମିଳିଥିବା ସୂଚନା ଅନୁସାର ଗୁଗଲ ୧୫ ଜାନୁଆରୀ ୨୦୨୩ରେ ପୁରୁଣା ଭର୍ଜନର ସେବା ବନ୍ଦ କରିଦେବ।  କାରଣ କ୍ରୋମ ୧୧୦ ଅପ୍‌ଡେଟ୍‌ ଭର୍ଜନ ୱିଣ୍ଡୋଜ୍-୧୦ କିମ୍ବା ତା ଠାରୁ ଉନ୍ନତମାନର ଅପରେଟିଂ ସିଷ୍ଟମରେ କାମ କରିବ। ଗଗୁଲ ନିଜର ବ୍ଲଗସ୍ପଟ୍‌ରେ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। କ୍ରୋମ ବ୍ରାଉଜର ସେବା ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ କମ୍ପ୍ୟୁଟର କିମ୍ବା ଲ୍ୟାପ୍ଟପକୁ ୱିଣ୍ଡୋଜ୍-୧୦ କିମ୍ବା ଆଇଓଏସ୍-୧୧ରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଗୁଗଲ କହିଛି। ଯଦିବା ପୁରୁଣା ଭର୍ଜନ କାମ କରିବା ଜାରି ରହିବ ତେବେ ଏହା କେବଳ ୱିଣ୍ଡୋଜ୍-୭ ଓ ୱିଣ୍ଡୋଜ୍ ୮.୧ରେ ଚାଲିବ। ହେଲେ କୌଣସି ଅପଡେଟ୍ ମିଳିବ ନାହିଁ ବୋଲି କୁହାଯାଉଛି। କହି ରଖୁଛୁ ଯେ ଗୁଗଲ କ୍ରୋମ ୧୧୦କୁ ପୂର୍ବରୁ ରିଲିଜ୍ କରିବାକୁ ଚିନ୍ତା କରିଥିଲା। ହେଲେ କରୋନା ଯୋଗୁ ବିଳମ୍ବ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.