ରେଗେଡାଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଳିତ

ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରେଗଡା ହାଇ ସ୍କୁଲ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉପ ଜିଲ୍ଲାପାଳ ଡଃ ବିଶ୍ବଜିତ ଦାଶ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କର, ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ସହଦେବ ସୁନା, ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁ, ଜୋନ୍ ଖ‘ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମିତି ସଭ୍ୟ ଗେଲ କମ୍ଫ, ମ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ଡଃ ବିଜୟ କମ୍ଫ ସମ୍ମାନିତ ଅତିଥି ଏବଂ କବି ପଦ୍ମ ଲୋଚନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ।

ବୃକ୍ଷ ଚାରା ଓ ଉପଢୌକନ ଦେଇ ପୂର୍ବତନ ବ୍ଲକ ଅଧକ୍ଷ ଅରବିନ୍ଦ ଚୌଧୁରୀ, ପୂର୍ବତନ ସରପଞ୍ଚ ପବିତ୍ର ସାହୁ, ନିଲାମ୍ବର ବେହେରା, ସୁଶାନ୍ତ ପରିଡା, ସୁରେଶ ଚୌଧୁରୀ, ହିରାମଣୀ ସାହୁ, ନିଶାମଣୀ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଗୌରାଙ୍ଗ କମ୍ଫ ପ୍ରମୁଖ ସମସ୍ତଙ୍କୁ ସମ୍ମାନିତ କରିଥିଲେ।ପ୍ରଶାନ୍ତ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ଦିପ୍ତିରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପିଇଓ ବିଜୟ ମିଶ୍ର, ଗ୍ରାମ୍ୟ ରୋଜଗାର ସେବକ ଛାୟାକାନ୍ତ ସାହୁ, ଶିକ୍ଷକ, ଶିକ୍ଷୟତ୍ରୀ, ୱାର୍ଡ ମେମ୍ବର, ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.