ରାୟଗଡା ଜିଲ୍ଲା ସଦର ମହକୁମା ହସପିଟାଲ ଦ୍ବାରା ଉତ୍କଳ ଆଲୁମିନାରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ” ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା | କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାର୍ଶ୍ବକ ଗ୍ରାମର ଅଧିବାସୀମାନଙ୍କ ସ୍ଵାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ରହିଆସିଛି। ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ କମ୍ପାନୀ ଜନସାଦାରଣଙ୍କୁ ସେମାନଙ୍କ ସ୍ଵାସ୍ଥ୍ୟଗତ ସଙ୍କଟ ଏବଂ ମହାମାରୀରୁ ସୁରକ୍ଷିତ ରଖୁ ସେମାନଙ୍କ ପ୍ରତି ରହିଥିବା ଆତ୍ମୀୟତା ସର୍ବଦା ପ୍ରଦର୍ଶନ କରିଆସୁଛି । ଏତଦ୍ବାରା ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୩ ପ୍ରତି ନିଜର ଅବଦାନ ରଖୁଛି ।

ଭାରତରେ ଯକ୍ଷ୍ମା (ଟିବି)ରେ ପରିସମାପ୍ତି ଘଟାଇବା ନିମନ୍ତେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ” କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରୟାସ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ଦେଶରୁ ଏହି ରୋଗର ମୂଳୋତ୍ପାଟନ କରିବା। ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଜନସାଧାରଣଙ୍କ ଯନ୍ତ୍ରରେ ଉନ୍ନତିସାଧନ ଲକ୍ଷ୍ୟ ରଖାଯାଇଛି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ମହକୁମା ହସପିଟାଲ ପକ୍ଷରୁ ୨୦୨୩ ଜାନୁଆରୀ ୫ ତାରିଖରେ ଉତ୍କଳ ଆଲୁମିନାଠାରେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଏହି ପ୍ରୟାସରେ ଉତ୍କଳ ଆଲୁମିନା ଜିଲ୍ଲା ପାଇଁ ନି-କ୍ଷୟ ମିତ୍ର ଭାବରେ ନିଯୁକ୍ତ ହୋଇଛି, ଯେଉଁଠାରେ ଏହା କାଶିପୁର ବ୍ଲକର ୨୪ ଜଣ ଯକ୍ଷ୍ମାରୋଗୀଙ୍କୁ ଆଗାମୀ ଛଅମାସ ନିମନ୍ତେ ଯନ୍ତ୍ର ପ୍ରଦାନ କରିବାକୁ ଗ୍ରହଣ କରିଛି ।

ଏହି କାର୍ଯ୍ୟକ୍ରମ ଉପସ୍ଥିତ ଅତିଥ୍‌ ଡା. ଲାଲମୋହନ ରାଉତରାୟ-ସିଡିଏମ୍ ଆଣ୍ଡ ପିଏଚ୍ଓ, ରାୟଗଡା ଏବଂ ଶ୍ରୀ ମଜହର ବେଗ୍‌, ୟୁନିଟ ହେଡ୍ ଓ ପ୍ରେସିଡେଟ, ଉତ୍କଳ ଆଲୁମିନାଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ଏଥିରେ ଡା. ମମତା ସାହୁ-ଏଡିପିଏଚ୍‌ଓ (ଟିବି), ଡା. ଡି କେ ଦେବ-ଟିବି ଓ ଚେଷ୍ଟ ସ୍ପେଶାଲିଷ୍ଟ, ଡିଏଚଏଚ, ରାୟଗଡା, ଡା. ଜନ୍ମେଜୟ ଦାସ, ମେଡିକାଲ ଅଫିସର ଇନ୍‌ଚାର୍ଜ, କାଶିପୁର, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍ ସିଏସଆର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଉତ୍କଳ ଆଲୁମିନା, ଡା.ଅରିନ୍ଦମ୍ ରୟ ଚୌଧୁରୀ, ସିଏମ୍ଓ, ଉତ୍କଳ ହସପିଟାଲ ପ୍ରମୁଖ ବିଶିଷ୍ଟ ଅତିଥ୍‌ ଭାବରେ ଯୋଗଦେଇଥିଲେ ।

ଏହି ଅବସରରେ ନି-କ୍ଷୟ ପୋଷଣ କିଟ୍ ଉତ୍କଳ ଆଲୁମିନା ପକ୍ଷରୁ ସମସ୍ତ ୨୪ ଜଣ ଯକ୍ଷ୍ମାରୋଗୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ତତ୍‌ସହିତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନଟିଇପି) ସମ୍ପର୍କରେ ଡିଏଚଏଚ୍, ରାୟଗଡା ପକ୍ଷରୁ ଉତ୍କଳ ଆଲୁମିନା ବେସରକାରୀ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସୁବିଧାରେ ନିୟୋଜିତ ଡାକ୍ତର ଓ ପାରାମେଡିକ୍ଟଙ୍କ ନିମନ୍ତେ ଏକ ସମ୍ବେଦୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଡା. ଲାଲମୋହନ ରାଉତରାୟ, ସିଡିଏମ୍ ଆଣ୍ଡ ପିଏଚଓ, ରାୟଗଡା ଜିଲ୍ଲା ନିମନ୍ତେ ନି-କ୍ଷୟ ମିତ୍ର ହେବା ଏବଂ ଯକ୍ଷ୍ମାରୋଗୀଙ୍କୁ ସେମାନଙ୍କର ସାମାଜିକ କଲ୍ୟାଣ ନିମନ୍ତେ ଗ୍ରହଣ କରିଥିବା ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ। ଉତ୍କଳ ଆଲୁମିନାର ଏହି ଅବଦାନ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ ହେବା ଦିଗରେ ନିଶ୍ଚିତରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ମଜହର ବେଗ୍‌, ୟୁନିଟ ହେଡ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଉଦ୍‌ବୋଧନ ଦେଇ ସ୍ଵାସ୍ଥ୍ୟଗତ ସଙ୍କଟ ଓ ମହାମାରୀର ମୁକାବିଲା କରିବାରେ ଅତୀତରେ ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପକ୍ଷରୁ ନିଆଯାଇଥିବା ସମ୍ମିଳିତ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇ ଆମ ଜନସମୁଦାୟଙ୍କୁ ସ୍ଵାସ୍ଥ୍ୟଗତ ସଙ୍କଟରୁ ସୁରକ୍ଷା ପ୍ରଦାନ କରିବାକୁ ଉତ୍କଳ ଆଲୁମିନା ସର୍ବଦା ପ୍ରତିବଦ୍ଧ ଓ ପ୍ରସ୍ତୁତ ରହିଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ନବିନ କିଶୋର ମହାନ୍ତି-ଡିପିସି, ଏନଟିଇ, ସୁସ୍ମିତା ମହାରଣା-ପିପିପି ସିଓ, ସୁଶାନ୍ତ ବେହେରାଏସଟିଏସ୍, କାଶିପୁରଙ୍କ ସହିତ ଉତ୍କଳ ଆଲୁମିନାର ଲିଆସନ, ସିଏସଆର, ସିଆର ଆଣ୍ଡ୍ ସଷ୍ଟେନେବିଲିଟି ଟିମ୍ ପରିଚାଳନା କରିଥିଲେ ।

ଏକ ଦାୟିତ୍ବସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ରାୟଗଡା ଓ କଳାହାଣ୍ଡି ଦୁଇ ଜିଲ୍ଲାରେ ଏହାର ସିଏସଆର୍ ଆଣ୍ଡ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି ପ୍ରୟାସସମୂହରେ ପାରିପାର୍ଶ୍ବକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହି ଦୁଇ ଜିଲ୍ଲାରେ ଦୁଇଟି ବ୍ଲକ ଅନ୍ତର୍ଗତ ୧୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମରେ ଜନସାଧାରଣଙ୍କୁ ସେବା ଯୋଗାଉଛି । ଏବିଜିର ଶିକ୍ଷା, ସ୍ବାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତିଭୂମି ତଥା ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେବା ଆଦି ପାଞ୍ଚଟି ମୁଖ୍ୟ କାର୍ଯ୍ୟକ୍ଷେତ୍ରକୁ ନେଇ ୟୁଏଆଇଏଲ ମୋଟ ଉପରେ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍‌ର ଅନନ୍ୟ ବହୁଧା ସହଭାଗୀ ଆଧାରିତ ପ୍ରୟାସଗୁଡିକ ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଜନଜୀବନକୁ ପରିପୁଷ୍ଟ କରିଆସୁଛି ।

 

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.