ମତଦାନ ଆରମ୍ଭ : ବିଭିନ୍ନ ସ୍ଥାନରେ ମସିନ ଅଚଳ

ବଲାଙ୍ଗିର,୧୮/୪ : ବଲାଙ୍ଗିରର ବିଭିନ୍ନ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଇଭିଏମ୍ ମେସିନ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଭୋଟିଂ ଆରମ୍ଭରୁ ଇଭିଏମ୍ ଅଚଳ ହୋଇଯାଇଛି । ଲାଠୋର ଚାଉଳବାଞ୍ଜିର ବୁଥ୍ ନଂ୨୬ରେ ଅଚଳ ହୋଇଛି । ଖପ୍ରାଖୋଲରେ ମଧ୍ୟ ଇଭିଏମ୍ କାମ କରୁନଥିବା ସୂଚନା ମିଳିଛି । ବଙ୍ଗୋମୁଣ୍ଡା ବୁଥ୍ ନମ୍ବର ୨୧୮ରେ ବି ମେସିନ ଖରାପ ହୋଇଛି ସେହିପରି ଟିଟିଲାଗଡ ବ୍ଲକର ମାଲେଝର ବୁଥ୍ ରେ ଇଭିଏମ୍ ଓ ଭିଭିପାଟ ମସିନ ବନ୍ଦ ହୋଇଛି । ବଲାଙ୍ଗିର ଜିଲ୍ଲାରେ ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଛି। ଲୁଇସିଂହା ନିର୍ବାଚନ ମଣ୍ଡଳୀର ଭଏଁଷାପାଲି, ପବଜା, କେନକେରାରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.